Categories: ଜାତୀୟ

ଗିରଫ ହେବାର ଗୋଟିଏ ଦିନ ପରେ ବନ୍ଦି ସଞ୍ଜୟଙ୍କୁ ମିଳିଲା ଜାମିନ

ହାଇଦ୍ରାବାଦ,୭।୪: ତେଲଙ୍ଗାନା ଭାଜପା ମୁଖ୍ୟ ବନ୍ଦି ସଞ୍ଜୟ କୁମାରଙ୍କୁ ଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ ଅଭିଯୋଗରେ ବୁଧବାର ରାତିରେ ଗିରଫ କରାଯାଇଥିବା ବେଳେ ଗୋଟିଏ ଦିନ ଅର୍ଥାତ୍‌ ଗୁରୁବାର ତାଙ୍କୁ ପ୍ରଦାନ କରାଯାଇଛି। ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭାଜପା ପ୍ରତ୍ୟାଖ୍ୟାନ କରି ଏହାକୁ ରାଜନୈତିକ ଉଦ୍ଦେଶ୍ୟ ବୋଲି କହିଛି। ତାଙ୍କ ଗିରଫଦାରୀକୁ ନେଇ ଏକ ବଡ଼ ରାଜନୈତିକ ଉତ୍ତେଜନା ସୃଷ୍ଟି କରିଥିଲା।

Share