Categories: ଜାତୀୟ

ତେଲଙ୍ଗାନା ଭାଜପା ନେତ୍ରୀ କୁଞ୍ଜ ସତ୍ୟବତିଙ୍କ ପରଲୋକ

ହାଇଦ୍ରାବାଦ,୧୬।୧୦: ପୂର୍ବତନ ଭଦ୍ରାଚଲାମ ବିଧାୟିକା ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ କୁଞ୍ଜ ସତ୍ୟବତିଙ୍କର ସୋମବାର ସକାଳେ ପରଲୋକ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ସେ ଛାତିରେ ଭିଷଣ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ହସ୍ପିଟାଲ ନେଉଥିବା ବେଳେ ତାଙ୍କର ପରଲୋକ ହୋଇଛି।
୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ କଂଗ୍ରେସରୁ ଟିକେଟ ପାଇ ବିଧାୟିକା ହୋଇଥିଲେ। ଏହାପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।
ସତ୍ୟବତିଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ତଥା ତେଲଙ୍ଗାନା ଭାଜପା ମୁଖ୍ୟ କିଷନ ରେଡ୍ଡି, ତେଲଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ରେଭାନ୍ତ ରେଡ୍ଡି ଏବଂ ଅନ୍ୟମାନେ ଶୋକ ପ୍ରକାଶ କରିଛନ୍ତି।

Share