Categories: ଜାତୀୟ

‘ସମ୍ବିଧାନ ପୁଣି ଲେଖାଯିବ’ ଟିପ୍ପଣିକୁ ନେଇ ଅଡୁଆରେ ପଡିପାରନ୍ତି କେସିଆର୍‌, ଭାଜପା କରିପାରେ ଦେଶଦ୍ରୋହ ମାମଲା

ହାଇଦ୍ରାବାଦ,୮ ।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ନିକଟରେ ଭାରତରେ ପୁଣିଥରେ ସମ୍ବିଧାନ ଲେଖାଯିବ ବୋଲି ଟିପ୍ପଣି ଦେଇଥିଲେ । ଭାରତୀୟ ଜନତା ପାର୍ଟି(ଭାଜପା), କଂଗ୍ରେସ ସମେତ ପ୍ରାୟ ସମସ୍ତ ରାଜନୈତିକ ଦଳ ଏହାର ବିରୋଧ କରିଥିଲେ । ଏବେ ଭାଜପା ନେତା ତଥା ପୂର୍ବତନ ଏମ୍‌ଏଲସି ଏନ୍ ରାମଚନ୍ଦ୍ରନ ରାଓ କହିଛନ୍ତି ଦଳ ଟିଆର୍‌ଏସ୍ ସୁପ୍ରିମୋ ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ ଦେଶଦ୍ରୋହ ମାମଲା କରିପାରେ । ଭାଜପା ନେତା କହିଛନ୍ତି ଏହା ଆମ୍ବେଦକର ଓ ସମ୍ବିଧାନ ଲେଖିବା ଲୋକଙ୍କ ପ୍ରତି ଅପମାନ ।
ରାମଚନ୍ଦ୍ର ରାଓ କହିଛନ୍ତି, ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ସମ୍ବିଧାନର ମୂଳ ଢାଞ୍ଚାକୁ ବଦଳାଯାଇ ପାରିବ ନାହିଁ. ଏହାପରେ ବି ମୁଖ୍ୟମନ୍ତ୍ରୀ ଏମିତି କେମିତି କହିଲେ । ଭାଜପା ଏହାକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ସହ ତେଲେଙ୍ଗାନାର ସମସ୍ତ ଅଦାଲତରେ ମାମଲା ଦେବାକୁ ସ୍ଥିର କରିଛି । ଆମେ ଧାରା ୧୨୪ ଅଧିନରେ ଦେଶଦ୍ରୋହ ମାମଲା କରିବାକୁ ଯାଉଛୁ । ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କର ସମ୍ବିଧାନ ଉପରେ ବିଶ୍ୱାସ ନାହିଁ । ସେ ସମ୍ବିଧାନର ଶପଥ ନେଇଛନ୍ତି, ଏବେ ଏମିତି କହୁଛନ୍ତି । କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀ କେସିଆରଙ୍କ କଥାକୁ ବିରୋଧ କରିଛି ।

Share