Categories: ଜାତୀୟ

ରାଲିର ପ୍ରଦର୍ଶନକାରୀଙ୍କୁ କୁକୁର ସହ ତୁଳନା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ,୧୧ ।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବୁଧବାର ଏକ କାର୍ଯ୍ୟକ୍ରମରେ ପ୍ରଦର୍ଶନକାରୀଙ୍କ ତୁଳନା କୁକୁର ସହ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ବେକାବୁ ବୟାନକୁ ନେଇ ଏବେ ହଙ୍ଗାମା ଆରମ୍ଭ କରିଛନ୍ତି ବିରୋଧୀ । ବିରୋଧୀ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ କେସିଆର୍ ଦେଇଥିବା ଟିପ୍ପଣିକୁ ନେଇ ସେ ଭୁଲ ମାଗନ୍ତୁ । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଗଲଗୋଣ୍ଡାର ନାଗାର୍ଜୁନ ସାଗର ଅଞ୍ଚଳରେ ଏକ ସରକାରୀ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ସାଧାରଣ ସଭାରେ ଉଦ୍‌ବୋଧନ ଦେଉଥିଲେ । ଏହି ସମୟରେ କେତେଜଣ ମହିଳାଙ୍କ ସମେତ ଏକ ସମ୍ପ୍ରଦାୟ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଥିଲେ । ଆଉ ଏହା ଦେଖିବା ପରେ ମୁଖ୍ୟମନ୍ତ୍ରୀ କେସିଆର୍ କହିଥିଲେ, ତୁମେମାନେ ଯେଉଁଠାରୁ ଆସିଥିଲ ସେଠାକୁ ଚାଲିଯାଅ, ରହିବାର ଅଛି ତ ଶାନ୍ତିର ବାତାବରଣ ବଜାୟ ରଖନ୍ତୁ । ଆପଣଙ୍କ ଭଳି ଲୋକଙ୍କୁ ନେଇ କୌଣସି ଚିନ୍ତା ନାହିଁ କାରଣ ଖାଲିଟାରେ ଆପଣଙ୍କ ଉପରେ କେବଳ ମାଡ ହେବ । ଆମେ ଏମିତି କେତେ ଲୋକଙ୍କୁ ଦେଖିଛୁ ଆମ୍ମା ତୁମ ଭଳି ବହୁତ କୁକୁର ଅଛନ୍ତି ଏଠାରୁ ଚାଲି ଯାଆନ୍ତୁ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ପ୍ରଭାରୀ ମଣିକମ ଟାଗୋର କହିଛନ୍ତି ମୁଖ୍ୟମନ୍ତ୍ରୀ ଭୁଲ ମାଗନ୍ତୁ । କାରଣ ସେ ବୋଧହୁଏ ଭୁଲି ଯାଉଛନ୍ତି ଯେଉଁ ମହିଳାଙ୍କୁ ସେ କୁକୁର ବୋଲି କହିଛନ୍ତି ସେମାନଙ୍କ ପାଇଁ ହିଁ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ଏତେବଡ ଗଣତନ୍ତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ ଆଦୌ ଠିକ୍ ନୁହେଁ ।

Share