ଅମରାବତୀ,୬ ।୯: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ସୋମବାର ନିଜାମାବାଦରେ ଘୋଷଣା କରିଛନ୍ତି କି ଟିଆରଏସ୍ ଅଲଗା ରାଜ୍ୟରୁ ପ୍ରେରଣା ନେଇ ’ଭାଜପା ମୁକ୍ତ ଭାରତ’ ସ୍ଲୋଗାନ ଭଳି ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବ । ସେ ଆହୁରି ମଧ୍ୟ କହିଛନ୍ତି ୨୦୨୪ରେ ହେବାକୁଥିବା ଲୋକ ସଭା ନିର୍ବାଚନରେ ଯଦି ଭାଜପା ବିହିନ ସରକାର ଗଠନ ହେବ ତେବେ ସାରା ଦେଶର କୃଷକଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ ।
ରାଓ କହିଛନ୍ତି, ଟିଆରଏସ୍ ସାରା ଦେଶରେ ବିକାଶ ପାଇଁ ତେଲେଙ୍ଗାନା ମଡେଲ ଲାଗୁ କରିବା ପାଇଁ ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବେ । ଆଉ ଟିଆରଏସ ଜନତାଙ୍କ ସମର୍ଥନରେ ଭାରତର ଚେହେରାକୁ ବଦଳାଇ ଦେବେ । ନିଜାମାବାଦ ଏକ ସମୃଦ୍ଧ ସହର ଓ ମୁଁ ଘୋଷଣା କରୁଛି କି ଟିଆରଏସ ଜନତାଙ୍କ ହିତ ଲାଗି ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବ । ଖୁବଶୀଘ୍ର ଆମେ ନିଜାମାବାଦରେ ଆରମ୍ଭ ହେବାକୁ ଯାଉଥିବା ରାଷ୍ଟ୍ରୀୟ ସ୍ତରର ନିର୍ବାଚନ ଅଭିଯାନର ଆରମ୍ଭ କରିବୁ, ତା’ହେଲେ ଭାରତୀୟ ଜନତା ପାର୍ଟି(ଭାଜପା) ବେଡିଂ ବିସ୍ତର ଧରି ପଳାୟନ କରିବ ।