Categories: ଜାତୀୟ

ଶରଦ ପାଓ୍ବାରଙ୍କୁ ଟାର୍ଗେଟ କଲେ କେସିଆର

ହାଇଦ୍ରାବାଦ,୨୧।୮: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଟାର୍ଗେଟ କରିଛନ୍ତି। କେସିଆର ପରୋକ୍ଷ ଭାବେ ଅଜିତ ପାଓ୍ବାରଙ୍କୁ ଭାଜପା-ଶିବସେନା ମେଣ୍ଟ ସରକାରରେ ସାମିଲ ହେବାକୁ ନେଇ ଏନସିପି ନେତାଙ୍କୁ ‘ପାଗଳ’ ବୋଲି କହି ଦେଇଛନ୍ତି।

କେସିଆର କହିଛନ୍ତି ଯେ ଶରଦ ପାୱାର କଂଗ୍ରେସ ସହ ମେଣ୍ଟ କରିଥିଲେ, ସେ ମୋତେ ଭାଜପାର ‘ବି’ ଦଳ ବୋଲି କହିଥିଲେ, ବର୍ତ୍ତମାନ ସେ ଭାଜପା ସରକାରରେ ଯୋଗ ଦେଇଛନ୍ତି। ସେଥିପାଇଁ ମୁଁ ଏହି ଲୋକଙ୍କୁ ପାଗଳ ବୋଲି କହୁଛି।
ସୂଚନାଯୋଗ୍ୟ, କେସିଆରଙ୍କ ପାର୍ଟି ବିଆରଏସ ମଧ୍ୟ ମହାରାଷ୍ଟ୍ର ରାଜନୀତିରେ ଭାଗ୍ୟ କରିବାକୁ ଯାଉଛି। ଗତ କିଛି ମାସ ମଧ୍ୟରେ ଦଳ ଅନେକ କାର୍ଯ୍ୟକ୍ରମ କରିଛି। ସେ ତାଙ୍କ ପାର୍ଟି ‘ଭାରତ ରାଷ୍ଟ୍ର ସମିତି’ର ସମ୍ପ୍ରସାରଣ ଯୋଜନାର ଏକ ଅଂଶ ଭାବରେ ଚଳିତ ବର୍ଷ ଜୁନ ଶେଷରେ ମହାରାଷ୍ଟ୍ରକୁ ଦୁଇ ଦିନିଆ ଗସ୍ତ କରିଥିଲେ ଏବଂ ପନ୍ଦରପୁରର ବିଠଲ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ।

Share