Categories: ଜାତୀୟ

କଇଁଚି ନ ମିଳିବାରୁ ହାତରେ ଫିତା ଛିଡାଇ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ,୫।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରାଜନ୍ନା ସିରସିଲା ଜିଲାରେ ପହଞ୍ଚି ହାଉସିଂ ୟୁନିଟ ଉଦ୍‌ଘାଟନ କରିଥିଲେ। ଏହି ସମୟରେ, ସେହି ସ୍ଥାନରେ ରିବନ କାଟିବା ପାଇଁ କଇଁଚି ଉପଲବ୍ଧ ନ ଥିଲା। ରାଓ କିଛି ସମୟ ଅପେକ୍ଷା କଲେ ଏବଂ ଏହା ପରେ ସେ ହାତରେ ଫିତାକୁ ଛିଣ୍ଡାଇ ଘରେ ପ୍ରବେଶ କରିଥିଲେ। ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାଓଙ୍କ ଏହି ମନୋଭାବକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଖାଯାଉଛି। କେହି କେହି ଏହାକୁ ସମୟ ସଞ୍ଚୟ ଅଭ୍ୟାସ ବୋଲି କହୁଥିବାବେଳେ କେତେକ ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ କଇଞ୍ଚିକୁ ଅପେକ୍ଷା କରିବା ଉଚିତ୍‌ ଥିଲା।
୨୦ ସେକେଣ୍ଡର ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କୁ ବହୁ ସଂଖ୍ୟାରେ ଲୋକ ଏବଂ ସାମ୍ବାଦିକଙ୍କ ଦ୍ୱାରା ଘେରି ରହିଥିବାର ଦେଖିବାକୁ ମିଳିଥିଲା। ଉଦ୍‌ଘାଟନ ସ୍ଥାନରେ ରିବନ କାଟିବା ପାଇଁ କଇଁଚି ଖୋଜା ଯାଉଥିଲା। ପ୍ରାୟ ୧୫ ସେକେଣ୍ଡ ପରେ କେସିଆର୍‌ ରାଗରେ ରିବନ ଛିଣ୍ଡାଇଦେଇଥିଲେ।

Share