Categories: ଜାତୀୟ

ଚାଷୀଙ୍କ ଋଣ ଛାଡ କଲେ ସରକାର, ୧୮ ଜୁଲାଇ ପର୍ଯ୍ୟନ୍ତ ହୋଇଯିବ ସବୁ ପେମେଣ୍ଟ

ନୂଆଦିଲ୍ଲୀ,୧୭।୭: କୃଷକଙ୍କ ପାଇଁ ଖୁସିଖବର। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ ଘୋଷଣା କରିଛନ୍ତି। ତେଲଙ୍ଗାନା ସିଏମଓ ଦ୍ୱାରା କୁହାଯାଇଛି ଯେ କୃଷକମାନେ ନେଇଥିବା ଋଣ ବ୍ୟାଙ୍କକୁ ଜୁଲାଇ ୧୮ସୁଦ୍ଧା ଦିଆଯିବ। ସରକାର କହିଛନ୍ତି, ଯେ ଯଦି ବ୍ୟାଙ୍କମାନେ ଋଣ ଛାଡ଼ ପାଇଁ ସରକାର ଦେଇଥିବା ଅର୍ଥକୁ ଅନ୍ୟ ଏକ ଆକାଉଣ୍ଟରେ ଜମା କରନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏହାପୂର୍ବରୁ ତେଲଙ୍ଗାନା ସରକାର ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଛାଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସରକାର କହିଛନ୍ତି ଯେ କୃଷି ପରିବାରକୁ ଚିହ୍ନିବା ପାଇଁ ସିଭିଲ ଯୋଗାଣ ବିଭାଗର ପିଡିଏସ୍‌ କାର୍ଡର ଡାଟାବେସ ବ୍ୟବହାର କରାଯିବ । ନିର୍ଦ୍ଦେଶାବଳୀ ଅନୁଯାୟୀ, ଋଣ ଛାଡ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରତ୍ୟେକ ବ୍ୟାଙ୍କରେ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରାଯିବ। ନୋଡାଲ ଅଧିକାରୀ ରାଜ୍ୟ କୃଷି ବିଭାଗର ନିର୍ଦ୍ଦେଶକ ଏବଂ ଏନଆଇସି ମଧ୍ୟରେ ସମନ୍ବୟ କାର୍ଯ୍ୟ କରିବେ।

Share