Categories: ଜାତୀୟ

କୃଷକଙ୍କ ପାଇଁ ବଡ଼ ଉପହାର: ୨ ଲକ୍ଷ ଟଙ୍କା ଋଣ ଛାଡ କରିବାକୁ ଘୋଷଣା କଲେ ସରକାର

ହାଇଦ୍ରାବାଦ,୨୨।୬: ତେଲଙ୍ଗାନାରେ କୃଷକମାନେ ଏକ ବଡ ଉପହାର ପାଇବାକୁ ଯାଉଛନ୍ତି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ କୃଷକଙ୍କ ପାଇଁ ୨ ଲକ୍ଷ ଟଙ୍କା ଋଣ ଛାଡ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି, କୃଷକମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ଋଣ ଛାଡ଼ ଶୀଘ୍ର କାର୍ଯ୍ୟକାରୀ ହେବ।

ରାଜ୍ୟ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ କହିଛନ୍ତି ଯେ ୨୦୧୮ ଡିସେମ୍ବର ୧୧ରୁ ୨୦୨୩ ଡିସେମ୍ବର ୯ ମଧ୍ୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ଚାଷୀଙ୍କୁ ସମ୍ପୂର୍ଣ୍ଣ ଛାଡ କରାଯିବ।

Share