Categories: ଜାତୀୟ

କଂଗ୍ରେସ ଛାଡ଼ିଲେ ଏମ୍‌.ଏ. ଖାନ୍‌

ହାଇଦ୍ରାବାଦ,୨୮।୮: ଜଣକ ପରେ ଜଣେ ବରିଷ୍ଠ ନେତା କଂଗ୍ରେସ ଛାଡ଼ିବାରେ ଲାଗିଛନ୍ତି। ତେଲଙ୍ଗାନାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏମ୍‌.ଏ. ଖାନ୍‌ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ୪ ଦଶନ୍ଦି ଧରି ଦଳ ପାଇଁ କାର୍ଯ୍ୟ କରିଥିବା ଖାନ୍‌ ତାଙ୍କ ଇସ୍ତଫାପତ୍ରରେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ଦଳର ଉପାଧ୍ୟକ୍ଷ ହେବା ଦିନଠାରୁ ଏହାର ପତନ ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି।

Share