Categories: ଜାତୀୟ

ତେଲଙ୍ଗାନା ନିର୍ବାଚନ: ବିଆରଏସ୍‌ ଜାରି କଲା ୧୧୫ ପ୍ରାର୍ଥୀଙ୍କ ତାଲିକା, ୨ ଆସନରେ ଲଢିବେ କେସିଆର

ହାଇଦ୍ରାବାଦ,୨୧।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଆରଏସ୍‌ର୧୧୫ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକାରେ ୭ଜଣ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରାଯାଇଛି। ମୁଖ୍ୟମନ୍ତ୍ରୀ କେସିଆର ଦୁଇଟି ଆସନ ଗଜୱେଲ ଏବଂ କାମାରେଡ୍ଡୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଆସନ୍ତା ନିର୍ବାଚନରେ ଦଳ ୯୫-୧୦୫ଟି ଆସନ ଜିତିବ ବୋଲି ମୁଖ୍ୟମନ୍ତ୍ରୀ କେସିଆର ପୂର୍ବାନୁମାନ କରିଛନ୍ତି। ରାଜ୍ୟ ସରକାରରେ ମନ୍ତ୍ରୀ ତଥା ସିଏମଙ୍କ ପୁଅ କେଟିଆର ସିରସିଲାରୁ ନିର୍ବାଚନ ଲଢିବେ। ତେଲଙ୍ଗାନାର ୧୧୯ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ଚଳିତ ବର୍ଷ ଶେଷରେ ନିର୍ବାଚନ ହେବ।

 

Share