Categories: ଜାତୀୟ

ତେଲାଙ୍ଗାନାରେ ଖୁବ୍‌ ଶୀଘ୍ର ଆରମ୍ଭ ହୋଇପାରେ ବେକାରି ଭତ୍ତା

ହାଇଦ୍ରାବାଦ୍‌,୨୮।୧: ରାଜ୍ୟ ସରକାର କର୍ମଚାରୀଙ୍କ ଦରମା ଓ ପେନସନ ବଢ଼ାଇବା ପରେ ତେଲାଙ୍ଗାନାରେ ଖୁବ୍‌ ଶୀଘ୍ର ଘୋଷଣା ହୋଇପାରେ ବେକାରି ଭତ୍ତା। ସରକାରରେ ଥିବା କେ. ଚନ୍ଦ୍ରଶେଖରଙ୍କ ନେତୃତ୍ୱାଧୀନ ଟିଆରଏସ୍‌ ଗତ ବିଧାନସଭା ନିର୍ବାଚନ ବେଳେ ବେକାର ଯୁବତୀଯୁବକଙ୍କୁ ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା।

ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗୋଟେ କି ଦୁଇ ଦିନରେ ବେକାରି ଭତ୍ତା ଘୋଷଣା କରିପାରନ୍ତି ବୋଲି ତେଲାଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ୍‌)ର କାର୍ଯ୍ୟକାରୀ ମୁଖ୍ୟ କେ. ଟି. ରାମା ରାଓ ଗୁରୁବାର କହିଛନ୍ତି। ଗତ କିଛି ବର୍ଷରେ ବିଭିନ୍ନ ବିଭାଗରେ ୧.୩୧ ଲକ୍ଷ ପଦବୀ ପୂରଣ କରାଯାଇଥିବାବେଳେ ଆଉ ୫୦ ହଜାର ପଦବୀରେ ଖୁବ୍‌ ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ତେଲାଙ୍ଗାନା ରାଷ୍ଟ୍ରିୟ ବିଦ୍ୟୁତ୍‌ କର୍ମିକ ସଙ୍ଗମ (ଟିଆରଭିକେସ୍‌)ର ବିଦ୍ୟୁତ୍‌ କର୍ମଚାରୀଙ୍କ ୟୁନିୟନକୁ ଉଦବୋଧନ ଦେଇ କେଟି ରାଓ କହିଛନ୍ତି।

Share