Categories: ଜାତୀୟ

୩୫ ଟଙ୍କାରେ ମିଳିବ ପିଆଜ ଦେଖାଇବାକୁ ପଡିବ ଆଇଡି କାର୍ଡ

ହାଇଦ୍ରାବାଦ,୨୫ ।୧୦: ଏବେ ସାରା ଦେଶରେ ପିଆଜ ସମସ୍ତଙ୍କୁ କନ୍ଦାଇବାରେ ଲାଗିଛି । ଅଧିକାଂଶ ରାଜ୍ୟରେ ଏବେ ପିଆଜ କିଲୋପ୍ରତି ଦାମ୍ ପାଖପାଖି ୧୦୦ଟଙ୍କା ଛୁଇଁଲାଣି । ହେଲେ ତେଲେଙ୍ଗାନା ସରକାର ଏବେ ୨ କିଲୋ ପିଆଜ ମାତ୍ର ୩୫ ଟଙ୍କା କିଲୋପ୍ରତି ଯୋଗାଇ ଦେବେ । ସେଥିପାଇଁ ଗ୍ରାହକ ନିଜର ଆଇଡି ଦେଖାଇବାକୁ ପଡିବ । ହିନ୍ଦୁସ୍ତାନ ଟାଇମ୍ସର ଏକ ଖବର ଅନୁଯାୟୀ, ତେଲେଙ୍ଗାନାର ରାୟତୁ ବଜାରରେ ମିଳିବ ୩୫ ଟଙ୍କାରେ ପିଆଜ । ଅନ୍ୟପଟେ ନାଫେଡ କହିଛି ଖୁବ୍‌ଶୀଘ୍ର ୨୧ ଟଙ୍କାରେ ରାଜ୍ୟକୁ ପିଆଜ ଯୋଗାଇ ଦିଆଯିବ । ଏହାପରେ ରାଜ୍ୟ ତା’ର ଅନ୍ୟାନ୍ୟ ଖର୍ଚ୍ଚ ଯୋଡି ପିଆଜ ବିକ୍ରି କରିପାରିବ । ଏମିତି ହେଲେ ଅତିବେଶୀରେ ରାଜ୍ୟ ସରକାର ୩୦ ଟଙ୍କାରେ ପିଆଜ ବିକ୍ରି କରିପାରିବେ । କେନ୍ଦ୍ର ସରକାରଙ୍କ ବଫର ଷ୍ଟକରେ ମାତ୍ର ୨୫ ହଜାର ଟନ ପିଆଜ ଗଚ୍ଛିତ ଥିବା ଜଣାପଡିଛି । ଯାହା ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଶେଷ ହୋଇଯିବ ବୋଲି ଅନୁମାନ କରାଯାଇଛି ।

Share