Advertisement
Categories: ଜାତୀୟ

ପ୍ରବଳ ବର୍ଷାରେ ୧୧ ଜଣଙ୍କ ଜୀବନ ଗଲା

ହାଇଦ୍ରାବାଦ,୧୪।୧୦: ହାଇଦ୍ରାବାଦର ଅନେକ ସ୍ଥାନରେ ଲଗାତାର ବର୍ଷା ଯୋଗୁ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ବାଦଲାଗୁଡାର ମହମ୍ମଦିଆ ପାହାଡରେ କାନ୍ଥ ଖସି ୯ ଜଣଙ୍କର ଜୀବନ ଯିବାସହ ୨ ଜଣ ଆହତ ହୋଇଛନ୍ତି। ରାସ୍ତା ଏବଂ କିଛି ନିମ୍ନମାନର ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ପ୍ରବଳ ବର୍ଷା ହେତୁ ଇବ୍ରାହିମପାଟନମ ଅଞ୍ଚଳରେ ପୁରୁଣା ଘରର ଛାତ ଖସି ୪୦ ବର୍ଷୀୟା ମହିଳା ଏବଂ ତାଙ୍କର ୧୫ ବର୍ଷର ଝିଅଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାରଠାରୁ ତେଲେଙ୍ଗାନାର ଅନେକ ଅଞ୍ଚଳରେ ବର୍ଷା ହୋଇଛି। ଏହି କାରଣରୁ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇପଡିଛି। ଅଟାପୁର ମେନ ରୋଡ, ମୁଶେରାବାଦ, ଟୋଲି ଚାଉକି ଅଞ୍ଚଳ ଏବଂ ଡାମିଗୁଡା ସମେତ ଅନେକ ଅଞ୍ଚଳ ପାଣିରେ ବୁଡ଼ି ଯାଇଥିଲା। ରାସ୍ତାରେ ପାଣି ପଶିଯିବାରୁ ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି। ଟ୍ରାଫିକ ସେବା ମଧ୍ୟ ଅଟକି ଯାଇଛି। ଏସଡିଆରଏଫ୍‌ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share