ହାଇଦ୍ରାବାଦ,୯ ।୧୦: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଲାଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ଉପୁଜିଛି । ଏଠାରେ ବିଳମ୍ବିତ ରାତିରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି । ଯାହା ଫଳରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲିଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ୨ ଜଣ ବ୍ୟକ୍ତି ନାଳରେ ଭାସିଯିବା ସହ କିଛି ଗାଡି ମଧ୍ୟ ପାଣିରେ ଭାସୁଥିବା ଦେଖାଯାଇଥିଲା । ଏହାସହ ଘରେ ରେସ୍ତୋରାଁରେ ମଧ୍ୟ ପାଣି ପସିଯାଇଥିଲା । ଭାସିଯାଇଥବା ଲୋକଙ୍କୁ ଖୋଜା ଚାଲିଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ହାଇଦ୍ରାବାଦ ସମେତ ତେଲେଙ୍ଗାନର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି ।