Categories: ଜାତୀୟ

ଭୋଟ ପୂର୍ବରୁ ତେଲଙ୍ଗାନା ରଚିଲା ଇତିହାସ, ରାଜ୍ୟରେ ପୁରୁଷଙ୍କୁ ଟପିଲେ ମହିଳା ଭୋଟର…

ହାଇଦ୍ରାବାଦ,୧୩।୧୧ : ତେଲଙ୍ଗାନା ବିଧାନସଭା ନିବ;ାଚନ ପୂର୍ବରୁ ବଡ ଖବର ଆସିଛି। ରାଜ୍ୟରେ ଇତିହାସ ସୃଷ୍ଟି ହୋଇଛି। ତେଲଙ୍ଗାନା ଗଠନ ପରେ ପ୍ରଥମ ଥର ପାଇଁ ମହିଳା ଭୋଟର ପୁରୁଷ ଭୋଟରଙ୍କ ତୁଳନାରେ ଅଧିକ ଅଛନ୍ତି। ବିଧାନସଭା ନିର୍ବାଚନ ପାଇଁ ଭୋଟ ଚଳିତ ମାସ ୩୦ରେ ତେଲଙ୍ଗାନାରେ ଅନୁଷ୍ଠିତ ହେବ। ନିର୍ବାଚନ ପ୍ରସ୍ତୁତି ଶେଷ ହୋଇଛି। ନିର୍ବାଚନ କମିଶନ ତେଲଙ୍ଗାନାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି। ନିର୍ବାଚନ ଲିଙ୍ଗ ଅନୁପାତ ୧୦୦୦ : ୧୦୦୦.୨ରେ ପହଞ୍ଚିଛି। ଚଳିତ ବର୍ଷ ଜାନୁଆରୀରେ ଲିଙ୍ଗ ଅନୁପାତ ୧୦୦୦ : ୯୯୨ ଥିଲା, ଗତ ମାସରେ ଏହା ୧୦୦୦ : ୯୯୮ କୁ ବୃଦ୍ଧି ପାଇଥିଲା ଏବଂ ବର୍ତ୍ତମାନ ଏହା ୧୦୦୦ : ୧୦୦୦.୨ ହୋଇଛି। ଅର୍ଥାତ ପ୍ରତି ୧୦୦୦ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ୧୦୦୦.୨ ହୋଇଛି।

 

ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟର ତାଲିକା ଚୂଡାନ୍ତ ପ୍ରକ୍ରିୟା ଶେଷ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟରୁ ଏହା କୁହାଯାଇଛି ଭୋଟର ପଞ୍ଜୀକରଣ, ଭୋଟ ସ୍ଥାନାନ୍ତର, ନାମ ଯୋଡିବା ଏବଂ ବିଲୋପ ପ୍ରକ୍ରିୟା ଚୂଡାନ୍ତ ହୋଇଛି। ଅକ୍ଟୋବର ୩୧ ପର୍ଯ୍ୟନ୍ତ ପ୍ରାପ୍ତ ହୋଇଥିବା ସବିଶେଷ ତଥ୍ୟର ସଂଶୋଧନ ପରେ ଅନ୍ତିମ ତାଲିକା ପ୍ରସ୍ତୁତ କରାଯାଇଛି ।

ନିର୍ବାଚନ ଅଧିକାରୀ କହିଛନ୍ତି ଭୋଟର ତାଲିକାରେ ୩୫ ଲକ୍ଷ ୭୩ ହଜାରରୁ ଅଧିକ ଲୋକଙ୍କ ନାମ ଯୋଡା ଯାଇଛି। ଏଥିସହିତ ପ୍ରାୟ ୯ ଲକ୍ଷ ଲୋକଙ୍କ ନାମ ହଟାଯାଇଛି। ସେଠାରେ ପ୍ରାୟ ୧୬ ଲକ୍ଷ ନାମ ରହିଛି ଯେଉଁମାନେ ସେମାନଙ୍କର ଭୋଟ ଠିକଣା ପରିବର୍ତ୍ତନ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି ବର୍ତ୍ତମାନ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଆଉ କୌଣସି ଆବେଦନ ଉପରେ ବିଚାର କରାଯିବ ନାହିଁ ।

ଅନ୍ତିମ ଭୋଟର ତାଲିକା ଅନୁଯାୟୀ ତେଲଙ୍ଗାନାରେ ସମୁଦାୟ ୩କୋଟି ୨୬ ଲକ୍ଷ ୧୮ ହଜାର ୨୦୫ଭୋଟର ଅଛନ୍ତି। ଏଥିମଧ୍ୟରେ୧ କୋଟି ୬୨ ଲକ୍ଷ ୯୮ ହଜାର ୪୧୮ ପୁରୁଷ ଏବଂ୧ କୋଟି ୬୩ ଲକ୍ଷ୧ ହଜାର ୭୦୫ ମହିଳା ଅନ୍ତର୍ଭୁକ୍ତ। ତେଲେଙ୍ଗାନାରେ, ତୃତୀୟ ଲିଙ୍ଗର ୨,୬୭୬ ଭୋଟର ପଞ୍ଜିକୃତ ହୋଇଛନ୍ତି।

Share