Posted inଜାତୀୟ

ପେନସନ ପାଇଁ ଫ୍ରିଜରେ ଲୁଚାଇ ରଖିଥିଲେ ଜେଜେ ବାପା’ଙ୍କ ମୃତଦେହ

ହାଇଦ୍ରାବାଦ,୧୩।୮: ଜେଜେ ବାପା’ଙ୍କ ପେନସନ ଟଙ୍କାରେ ଚାଲୁଥିଲା ଘର। କିନ୍ତୁ କୌଣସି କାରଣରୁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ସାମ୍ନାକୁ ଆସିଲେ ପେନସନ ଆଉ ମିଳିବ ନାହିଁ। ଏଥିଯୋଗୁ ଜେଜେ ବାପା’ଙ୍କ ମୃତଦେହକୁ ଏକ ଚାଦରରେ ଗୁଡ଼ାଇ ଲୁଚାଇ ରଖିଥିଲେ ଫ୍ରିଜ୍‌ରେ। ତେଲେଙ୍ଗାନାର କାମାରେଡ୍ଡୀ ଜିଲାରୁ ସାମ୍ନାକୁ ଆସିଛି ଏଭଳି ଘଟଣା।

ଗୁରୁବାର ଘରୁ ପଚା ଗନ୍ଧ ଆସିବା ପରେ ପୋଲିସକୁ ଜଣାଇଥିଲେ ପଡ଼ୋଶୀ। ଯାଞ୍ଚ ପରେ ରେଫ୍ରିଜରେଟରରୁ ମିଳିଥିଲା ୯୨ ବର୍ଷୀୟା ବୃଦ୍ଧଙ୍କ ମୃତଦେହ।

ଅଭିଯୁକ୍ତ ନିଖିଲ ପୋଲିସ ଆଗରେ କହିଛନ୍ତି, କିଛି ଦିନ ତଳେ ଜେଜେ ବାପା’ଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କ ଅନ୍ତେଷ୍ଟ୍ରି ପାଇଁ ପାଖରେ ଟଙ୍କା ନ ଥିଲା। ଏଣୁ ମୃତଦେହକୁ ଚାଦର ଗୁଡ଼ାଇ ରେଫ୍ରିଜରେଟରରେ ରଖିବାକୁ ନିଷ୍ପତ୍ତି ନେଇଥିଲି। ତେବେ ପ୍ରାଥମିକ ତଦନ୍ତ ଅନୁଯାୟୀ, ବୃଦ୍ଧଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ପ୍ରାୟ ୬ ଦିନ ତଳେ ତାଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ୨୩ ବର୍ଷୀୟ ଅଭିଯୁକ୍ତ ପେନସନ ଟଙ୍କା ପାଇଁ ମୃତଦେହକୁ ଲୁଚାଇ ରଖିଥିଲେ କି ନାହିଁ, ତା’ର ତଦନ୍ତ କରୁଛି ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

Paytm ର ବଡ଼ ଘୋଷଣା, କ୍ରେଡିଟ୍‌ କାର୍ଡରୁ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ,୧୪।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ସମୟରେ, ଡିଜିଟାଲ ପେମେଣ୍ଟକୁ ସହଜ କରିବା ପାଇଁ Paytm ଏକ ନୂଆ ସାଉଣ୍ଡବକ୍ସ ଏବଂ QR କୋଡ ସିଷ୍ଟମ...

ବିବାହିତ ହୋଇପାରିବେ କି ନାଗାସାଧୁ? ସାଧୁ ହେବାକୁ ଦେବାକୁ ପଡେ ଅଗ୍ନି ପରୀକ୍ଷା

ଆଜି ପ୍ରୟାଗରାଜରେ ମହାକୁମ୍ଭର ଦ୍ୱିତୀୟ ଦିନ। ସଙ୍ଗମ କୂଳ ନିକଟରେ ଏବେ କୋଟି କୋଟି ଲୋକଙ୍କ ଗଙ୍ଗା ସ୍ନାନ କରିବା ପାଇଁ ଦେଶର ପ୍ରତ୍ୟେକ କୋଣରୁ...

ପରମାଣୁ ଶକ୍ତି ଦିଗରେ ଭାରତ ନେଲା ବଡ଼ ପଦକ୍ଷେପ: ଟେନ୍‌ସନ୍‌ରେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୧୪।୧: କେନ୍ଦ୍ର ସରକାର ପରମାଣୁ ଶକ୍ତି ଆୟୋଗ (ଏଇସି) ପୁନଃଗଠନ କରିଛନ୍ତି। ଏଥିରେ ଟିଭି ସୋମନାଥନ ଏବଂ ମନୋଜ ଗୋଏଲ ଅଛନ୍ତି। ଦୁହେଁ କ୍ୟାବିନେଟ ସଚିବ...

ଭାଜପା ଉପରେ ବଡ଼ ଅଭିଯୋଗ ଆଣିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୪।୧: ଆମ ଆଦମୀ ପାର୍ଟି (ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ତତଶ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ପୁଣି ଥରେ ଭାଜପା ଉପରେ ବର୍ଷିଛନ୍ତି...

ହଠାତ୍‌ କାହିଁକି ଭାଜପାକୁ ମନେ ପକାଇଲେ ସଞ୍ଜୟ, କଂଗ୍ରେସକୁ ଦେଲେ ଉପଦେଶ

ନୂଆଦିଲ୍ଲୀ,୧୪।୧: ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ସ୍ବଦେଶୀ ମେଣ୍ଟ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଯଦିଓ ଏହା ଲୋକ...

ଇଣ୍ଡିଆ ମେଣ୍ଟକୁ ନେଇ ସ୍ପଷ୍ଟ କଲେ ଶରଦ ପାଓ୍ବାର, କହିଦେଲେ ବଡ଼ କଥା…

ମୁମ୍ବାଇ,୧୪।୧: ଏନସିପି ଶରଦ ଗୋଷ୍ଠୀର ନେତା ଶରଦ ପାୱାର କହିଛନ୍ତି ଯେ ଇଣ୍ଡିଆ ମେଣ୍ଟରେ ରାଜ୍ୟ ଏବଂ ସ୍ଥାନୀୟ ନିର୍ବାଚନ ବିଷୟରେ କେବେ ଆଲୋଚନା ହୋଇନଥିଲା।...

ମୁଖ୍ୟମନ୍ତ୍ରୀଙ୍କୁ ଝଟ୍‌କା, ନାମାଙ୍କନ ପୂର୍ବରୁ ପୋଲିସର ବଡ଼ ଆକ୍ସନ

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି। ସୂଚନାଯୋଗ୍ୟ,...

ଚୁଡା-ଦହି ଖାଇବାକୁ ଚିରାଗ ପାଶଓ୍ବାନ୍‌ଙ୍କ ଅଫିସ୍‌ରେ ପହଞ୍ଚିଥିଲେ ନୀତୀଶ କୁମାର: ଉପାସ ଫେରିଲେ

ପାଟନା,୧୪।୧: ଆଜି ମକର ସଂକ୍ରାନ୍ତି। ପାଟନାର ସମସ୍ତ ରାଜନୈତିକ ଦଳ ସେମାନଙ୍କ ଦଳୀୟ କାର୍ଯ୍ୟାଳୟରେ ଚୁଡା-ଦହି ଭୋଜିର ଆୟୋଜନ କରନ୍ତି। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image