Categories: ଜାତୀୟ

ତାଡି ପିଇଲେ ଭଲ ହୋଇଯିବ କ୍ୟାନସର୍‌!

ହାଇଦ୍ରାବାଦ,୨।୯: ତେଲେଙ୍ଗାନା ସରକାରରେ ଜଣେ ମନ୍ତ୍ରୀ କ୍ୟାନ୍‌ସର ରୋଗର ଔଷଧ ବିଷୟରେ ଏକ ଅଜବ ଦାବି କରିଛନ୍ତି। ତେଲେଙ୍ଗାନା ରାଷ୍ଟ୍ରିୟ ସମିତି ସରକାରରେ ଅବକାରୀ ମନ୍ତ୍ରୀ ଥିବା ଶ୍ରୀନିବାସ ଗୌଡ କହିଛନ୍ତି ଯେ ତାଡି ପିଇବା ଦ୍ୱାରା କ୍ୟାନସର ସମେତ ଅତି କମରେ ୧୫ ପ୍ରକାରର ରୋଗ ଭଲ ହୋଇପାରିବ। ଜନଗାଁଓ ଜିଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ମନ୍ତ୍ରୀ କହିଛନ୍ତି ଯେ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ଖଜୁରି ଗଛରୁ ଉତ୍ପାଦିତ ତାଡିରେ ଅନେକ ଔଷଧୀୟ ଗୁଣ ରହିଛି। ଅତି କମରେ ୧୫ ପ୍ରକାରର ରୋଗ ତାଡିି ଦ୍ୱାରା ଭଲ ହୋଇପାରିବ। ପ୍ରତିଦିନ ତାଡି ପିଇଲେ କ୍ୟାନ୍‌ସର ରୋଗ ମଧ୍ୟ ଭଲ ହୋଇପାରିବ। ଆଗକାଳରେ ଏହାକୁ ଗରିବଙ୍କ ମଦ କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ଯେଉଁମାନେ ମର୍ସିଡିଜରେ ବୁଲୁଛନ୍ତି ସେମାନେ ମଧ୍ୟ ତାଡି ପିଇବା ଆରମ୍ଭ କରିଛନ୍ତି ବୋଲି ଗୌଡ କହିଛନ୍ତି। ରାଜ୍ୟ ସରକାର ଏହାକୁ ବ୍ୟବସାୟ ଭାବରେ ନେଇଛନ୍ତି ବୋଲି ସେ କହିଛନ୍ତି।

Share