ହାଇଦ୍ରାବାଦ,୨୯।୧୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇଏସ୍ ଶର୍ମିଲାଙ୍କୁ ପୋଲିସ କାର ସହ କ୍ରେନ୍ ସାହାଯ୍ୟରେ ଉଠାଇ ନେଇଛି ପୋଲିସ। ଶର୍ମିଲାଙ୍କ ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି ପକ୍ଷରୁ ଚନ୍ଦ୍ରଶେଖର ରାଓ ସରକାରଙ୍କ ବିରୋଧରେ ଏକ ପଦଯାତ୍ରା ଆରମ୍ଭ କରାଯାଇଥିଲା। ଏହି ସମୟରେ ଶର୍ମିଲାଙ୍କ ପୋଲିସ ଉଠାଇ ନେଇଥିଲା। ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଏଥିରେ ସ୍ପଷ୍ଟ ଦେଖାଯାଉଛି ଯେ କାରଟିକୁ କ୍ରେନ ଦ୍ୱାରା ନିଆଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ବସିଥିଲେ। ସେ ନିଜ କାରରୁ ଓହ୍ଲାଇ ନ ଥିଲେ।
ସୂଚନାଯୋଗ୍ୟ,ୱାରଙ୍ଗଲରେ ଶର୍ମିଲା ଦଳ ପକ୍ଷରୁ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନରେ ଯୋଗ ଦେଇଥିଲେ। ଏହି ସମୟରେ ଶର୍ମିଲାଙ୍କ ସମର୍ଥକ ଓ କେସିଆରଙ୍କ ଟିଆରଏସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜରାସ୍ତାରେ ଥିବା ଶର୍ମିଲାଙ୍କ କାର୍କୁ କ୍ରେନ ସାହାଯ୍ୟରେ ଉଠାଇ ନେଇଥିଲା। ଏହି ସମୟରେ ସେ କାର୍ରେ ଥିଲେ। ପୋଲିସ କ୍ରେନ ସାହାଯ୍ୟରେ ତାଙ୍କୁ ଉଠାଇ ନେଇଥିଲା। ଶର୍ମିଲାଙ୍କ ସହ ଏପରି ଘଟଣାକୁ ତାଙ୍କ ସମର୍ଥକମାନେ ବିରୋଧ କରିଛନ୍ତି।
#WATCH | Hyderabad: Police drags away the car of YSRTP Chief Sharmila Reddy with the help of a crane, even as she sits inside it for protesting against the Telangana CM KCR pic.twitter.com/ojWVPmUciW
— ANI (@ANI) November 29, 2022