ହାଇଦ୍ରାବାଦ,୩୦।୧୧: ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଗୁରୁବାର ଶେଷ ହୋଇଛି। ଏହା ସହିତ ୨୦୨୪ ଲୋକ ସଭ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ମତଦାନ ମଧ୍ୟ ହୋଇଛି। ଏହି ସମୟରେ ତେଲଙ୍ଗାନା ନିର୍ବାଚନର ଏକ୍ଜିଟ ପୋଲ ମଧ୍ୟ ସାମ୍ନାକୁ ଆସିଛି। ଏହି ଏକ୍ଜିଟ ପୋଲ ପ୍ରତ୍ୟେକ ଆସନରେ କରାଯାଇଛି। ଏକଜିଟ ସର୍ଭେ ଅନୁଯାୟୀ, କଂଗ୍ରେସ ୪୧ ପ୍ରତିଶତ ଭୋଟ, ଭାଜପା ୧୬ ପ୍ରତିଶତ ଏବଂ ବିଆରଏସ ୩୯ ପ୍ରତିଶତ ଭୋଟ ପାଇପାରେ, ଅନ୍ୟମାନେ ୪ ପ୍ରତିଶତ ଭୋଟ ପାଇବାର ଦେଖାଯାଉଛି।
ଏଥି ସହିତ, ଯଦି ଆମେ ସିଟ ବିଷୟରେ ଆଲୋଚନା କରିବା ତେବେ ତେଲଙ୍ଗାନାର ୧୧୯ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୪୯ ରୁ ୬୫ ଟି ସିଟ ପାଇପାରେ। ଏଥି ସହିତ ଭାଜପା ୫ରୁ ୧୩ ଟି ସିଟ ଏବଂ ବିଆରଏସ ୩୮ ରୁ ୫୪ଟି ସିଟ ପାଇବାର ସମ୍ଭାବନା ରହିଛି। ଏକଜିଟ ପୋଲ ଅନୁଯାୟୀ ୫ରୁ ୯ ଟି ସିଟ ତେଲଙ୍ଗାନାର ଏଆଇଏମ୍ଆଇଏମ୍ ଆକାଉଣ୍ଟକୁ ଯାଇପାରେ।