ମଦ୍ୟପାନ କରି ବିବାହ କଲେ ୨ ଯୁବକ, ଆଉ ତା’ପରେ

ହାଇଦ୍ରାବାଦ,୧୧।୪:ତେଲେଙ୍ଗାନାରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଦୁଇଜଣ ମଦ୍ୟପ ଯୁବକ ଅଜବ କାଣ୍ଡ କରିଛନ୍ତି। ଯୁବକଦ୍ୱୟ ମଦ ନିଶାରେ ବିବାହ କରିବା ପରେ ୧୦ ହଜାର ଭରଣପୋଷଣ ଦେଇ ଅଲଗା ହୋଇଛନ୍ତି। ଏହି ଦୁହଁିଙ୍କ ମଧ୍ୟରୁ ଜଣଙ୍କ ବୟସ ୨୧ ବର୍ଷ ଏବଂ ଅନ୍ୟ ଜଣେ ୨୨ ବର୍ଷୀୟ ଅଟୋ ଡ୍ରାଇଭର୍‌। ଦୁହେଁ ଡୁମାପାଲାପେଟ ଗାଁର ଏକ ଛୋଟ ମଦ ଦୋକାନରେ ସାକ୍ଷାତ ହୋଇ ବନ୍ଧୁତା କରିଥିଲେ। ଏପ୍ରିଲ ୧ରେ ଉଭୟ ମଦ୍ୟପାନ କରି ଯୋଗୀନାଥ ଗୁଟ୍ଟା ମନ୍ଦିରରେ ବିବାହ କରିଥିଲେ। ବିବାହ ସମାରୋହ ସମାପ୍ତ ହେବା ପରେ ଉଭୟ ଘରକୁ ଯାଇଥିଲେ।
କିଛି ଦିନ ପରେ ଦୁହିଁଙ୍କ ମଧ୍ୟରୁ ଜଣେ ଯୁବକ ଅଟୋ ଡ୍ରାଇଭରଙ୍କ ଘରକୁ ଯାଇ ତାଙ୍କ ମାତାପିତାଙ୍କୁ ତାଙ୍କ ବିବାହ ବିଷୟରେ କହିଥିଲେ। ରହିବାକୁ ସ୍ଥାନ ନ ଥିବାରୁ ତାଙ୍କୁ ତାଙ୍କ ପୁଅଙ୍କ ସହିତ ରହିବାକୁ ଦିଆଯାଉ ବୋଲି ସେ ଯୁକ୍ତି କରିଥିଲେ। ବହୁ ଅନୁରୋଧ କରିବା ସତ୍ତ୍ୱେ ଅଟୋ ଡ୍ରାଇଭରର ମାତାପିତା ଯୁବକଙ୍କୁ ଘରେ ପ୍ରବେଶ କରିବାକୁ ଦେଇ ନ ଥିଲେ। ମାମଲା ଥାନାରେ ପହଞ୍ଚିଥିଲା। ପୁଅ ସହ ବିବାହ କରିଥିବାରୁ ଅଟୋ ଡ୍ରାଇଭରର ମାତାପିତାଙ୍କଠାରୁ ୧ ଲକ୍ଷ ଟଙ୍କା ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ସେ ଦାବି କରିଥିଲେ।
ପୋଲିସର ସୂଚନାନୁସାରେ, ଉଭୟ ପକ୍ଷର ପରିବାର ଏହି ପ୍ରସଙ୍ଗରେ ଭୟଭୀତ ଅଛନ୍ତି। ସେମାନେ ଏହାକୁ ନିଜ ମଧ୍ୟରେ ଆଲୋଚନା କରି ସମସ୍ୟାର ସମାଧାନ କରିଛନ୍ତି। ବୁଝାମଣା ପରେ ଜୋଗିପେଟର ବ୍ୟକ୍ତି ଅଟୋ ଡ୍ରାଇଭରଙ୍କ ପରିବାରଠାରୁ ୧୦ ହଜାର ଟଙ୍କା ନେଇ ମାମଲା ସମାଧାନ କରିବାକୁ ରାଜି ହୋଇଥିଲେ ଯୁବକ। ଏହା ପରେ ସେମାନେ ଉଭୟ ପକ୍ଷର ସହମତି ସହିତ ଅଲଗା ହୋଇଯାଇଛନ୍ତି।

Share