Categories: ଜାତୀୟ

ଲାଞ୍ଚ ନେବା କୁଳପତିଙ୍କୁ ମହଙ୍ଗା ପଡିଲା

ହାଇଦ୍ରାବାଦ,୧୮ା୬: ୫୦ ହଜାର ଟଙ୍କା ଲାଞ୍ଚ ହେଉଥିବା ବେଳେ ତେଲଙ୍ଗାନା ୟୁନିଭର୍ସିଟିର କୁଳପତି (ଭିସି) ଦାଚେପାଲ୍ଲି ରବୀନ୍ଦର ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ହାତରେ ଧରାପଡ଼ିଛନ୍ତି।

ଏକ ଶିକ୍ଷାନୁଷ୍ଠାନକୁ ପରୀକ୍ଷା କେନ୍ଦ୍ର ଭାବେ ମଞ୍ଜୁରୀ ଦେବା ପାଇଁ କୁଳପତି ଶିରିଡ଼ି ସାଇ ଏଜୁକେଶନାଲ ସୋସାଇଟି ଅଧ୍ୟକ୍ଷ ଡି. ଶଙ୍କରଙ୍କ ଲାଞ୍ଚ ମାଗିଥିଲେ। ଲାଞ୍ଚ ଟଙ୍କା ନେଉଥବା ବେଳେ ଏସିବିର ଅଧିକାରୀମାନେ ତାଙ୍କୁ ଗିରଫ କରିିଥିଲେ। କୁଳପତିଙ୍କୁ ହାଇଦ୍ରାବାଦର ସ୍ବତନ୍ତ୍ର ବିଚାରପତିଙ୍କ କୋର୍ଟରେ ହାଜର କରାଯାଇଛି। ଏନେଇ ଅଧିକାରୀମାନେ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

Share