ଫେମିନା ମିସ୍‌ ଇଣ୍ଡିଆ ଜିତିଲେ ମାନସା ବାରାଣସୀ

ମୁମ୍ବାଇ,୧୧।୨: ୨୦୨୦ ବର୍ଷ ପାଇଁ ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆ ଜିତିଛନ୍ତି ମାନସା ବାରାଣସୀ। ଫେମିନା ମିସ୍‌ ଇଣ୍ଡିଆ ଇନ୍‌ଷ୍ଟାଗ୍ରାମରେ ଏହା ଘୋଷଣା କରାଯାଇଛି। ଫେବୃୟାରୀ ୧୦ ଆୟୋଜିତ ଗ୍ରାଣ୍ଡ ଫାଇନାଲରେ ତେଲେଙ୍ଗାନାର ମାନସା ବାଜି ମାରିନେଇଛନ୍ତି। ମାନ୍ୟା ସିଂ ଦ୍ୱିତୀୟ ଏବଂ ମନିକା ଶିୟୋକାଣ୍ଡ ତୃତୀୟ ସ୍ଥାନରେ ରହିଥିଲେ। ୨୩ ବର୍ଷୀୟା ମାନସା ଫାଇନାନସିଆଲ୍‌ ଏକ୍ସଚେଞ୍ଜ ଇନ୍‌ଫରମେସନ୍‌ ଆନାଲିସିଷ୍ଟ ଭାବେ କାର୍ଯ୍ୟ କରନ୍ତି। ସୂଚନାଯୋଗ୍ୟ, ଫେମିନା ମିସ୍‌ ଇଣ୍ଡିଆର ଗ୍ରାଣ୍ଡ ଫାଇନାଲ ମୁମ୍ବାଇର ପ୍ଲସ୍‌ ହୋଟେଲରେ ଆୟୋଜିତ କରାଯାଇଥିଲା। ବାଣୀ କପୁର, ଚିତ୍ରାଙ୍ଗଦା ସିଂ, ନେହା ଧୁପିଆ, ଅପରାଶକ୍ତି ଖୁରାନା ଏବଂ ପୁଲକିତ ସମ୍ରାଟଙ୍କ ଭଲି ବଲିଉଡ୍‌ ଷ୍ଟାର ଏହି ଖାସ୍‌ ଇଭେଣ୍ଟରେ ଯୋଗ ଦେଇଥିଲେ।

Share