Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ ଜବରଦସ୍ତ ହସ୍ପିଟାଲକୁ ନେଲା ପୋଲିସ

ହାଇଦ୍ରାବାଦ,୧୧।୧୨: ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷ ଓ୍ବାଇ.ଏସ୍‌. ଶର୍ମିଲାଙ୍କୁ ରାଜ୍ୟବ୍ୟାପୀ ପଦଯାତ୍ରା ଲାଗି ଅନୁମତି ନ ମିଳିବା ପ୍ରତିବାଦରେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ରବିବାର ପୋଲିସ ତାଙ୍କୁ ଜବରଦସ୍ତ ହସ୍ପିଟାଲକୁ ଉଠାଇନେଇଛି। ଶୁକ୍ରବାରଠାରୁ ଶର୍ମିଲା ଦଳ ମୁଖ୍ୟାଳୟରେ ଅନଶନରେ ବସିଥିଲେ। ପୋଲିସ ସେଠାରୁ ଗଣମାଧ୍ୟମ ପ୍ରତିନିଧି, ଦଳୀୟ କର୍ମୀ ଓ ନେତାଙ୍କୁ ତଡ଼ିଦେବା ସହ ଶର୍ମିଲାଙ୍କ ଅନଶନକୁ ବିଫଳ କରିଛି। ରବିବାର ପୂର୍ବାହ୍ନ ୧୧ଟାରେ ତାଙ୍କୁ ଜବରଦସ୍ତ ହସ୍ପିଟାଲ ନିଆଯାଇଥିଲା। ଅନଶନରତ ଶର୍ମିଲା ପାଣି ନ ପିଇବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଦେଖାଦେଲା ବୋଲି ଦଳ ପକ୍ଷରୁ କୁହାଯାଇଛି। ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀଙ୍କ ଝିଅ ଏବଂ ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲାଙ୍କ ରକ୍ତଚାପ ଏବଂ ଗ୍ଲୁକୋଜ୍‌ ସ୍ତର ଅତ୍ୟଧିକ କମିଯିବା ସହ ଡିହାଇଡ୍ରେଶନ ସ୍ଥିତି ଉପୁଜିଥିଲା ବୋଲି ଡାକ୍ତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ବଡ଼ ଦୁର୍ଘଟଣା: ବୁଲେଟ୍‌ ଟ୍ରେନ୍‌ ପାଇଁ ନିର୍ମାଣ ହେଉଥିବା ବ୍ରିଜ୍‌ ଭୁଶୁଡ଼ିଲା, ଫସି ରହିଛନ୍ତି ୪ ଶ୍ରମିକ

ଗାନ୍ଧିନଗର,୫।୧୧: ଗୁଜରାଟରେ ନିର୍ମାଣାଧୀନ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପରେ ବଡ଼ ଦୁର୍ଘଟଣା ଘଟିଛି। ଭାସାଦ ନିକଟରେ ନିର୍ମାଣାଧୀନ ବ୍ରିଜର ଏକ ଅଂଶ ଭୁଶୁଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ...

ଓଡ଼ିଆଣୀ ବେଶରେ କମଲା, ପ୍ରଚାରବେଳେ ତଳେ ବସି ଖାଇଲେ ଟ୍ରମ୍ପ! ଦେଖନ୍ତୁ ଭାଇରାଲ ଫଟୋ

ନୂଆଦିଲ୍ଲୀ,୫।୧୧: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତେବେ ରାଷ୍ଟ୍ରପତି କିଏ ହେବ ଏନେଇ ସାରା ବିଶ୍ୱର ନଜର ରହିଛି। ସେଠାରେ ଡୋନାଲ୍ଡ ଟ୍ରମ୍ପ...

ଝାଡଖଣ୍ଡରେ ଓଡ଼ିଶା ଫମୂର୍ଲା ପକାଇଲା ଭାଜପା, ଚମ୍ପାଇ-ମାରାଣ୍ଡି ଆଉଟ୍‌…

ରାଞ୍ଚି,୫।୧୧: ଝାଡଖଣ୍ଡରେ ଭୋଟ ତାରିଖ ପାଖେଇ ଆସୁଥିବାବେଳେ ଭାଜପା ଏହାର ରଣନୀତିରେ ଏକ ବଡ଼ ପରିବର୍ତ୍ତନ କରିଛି। ଚମ୍ପାଇ ସୋରେନଙ୍କ ପରେ ବର୍ତ୍ତମାନ ଅର୍ଜୁନ ମୁଣ୍ଡା...

୨୫ ନଭେମ୍ବରରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୫।୧୧: ୧୮ତମ ଲୋକସଭାର ଶୀତ ଅଧିବେଶନ ୨୫ ନଭେମ୍ବରରୁ ଆରମ୍ଭ ହୋଇ ୨୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ସମ୍ବିଧାନ ଦିବସ ଅବସରରେ ୨୬ ନଭେମ୍ବରରେ ମିଳିତ...

ଭୁଲ ତଥ୍ୟ ଦେଉଛି ଉଇକିପିଡିଆ, ସରକାର ଦେଲେ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୧୧: ଭୁଲ ତଥ୍ୟ ତଥା ସୂଚନା ଦେଉଛି Wikipedia। ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ଉଇକିପିଡ଼ିଆ ଉପରେ ବର୍ଷିଛନ୍ତି କେନ୍ଦ୍ର ସରକାର। ଏଥିସହ ତାକୁ...

ନା ଏସିର ପାଣି, ନା ଚରଣାମୃତ, ତେବେ ମନ୍ଦିରରେ କ’ଣ ପିଉଥିଲେ ଭକ୍ତ? ଭାଇରଲ ହେଉଛି ଭିଡିଓ

ଲକ୍ଷ୍ନୌ,୫।୧୧: ସୋମବାରଠାରୁ ଉତ୍ତର ପ୍ରଦେଶ ବାଙ୍କେ ବିହାରୀ ମନ୍ଦିରକୁ ନେଇ ଆଲୋଚନା ଚାଲିଛି। ମନ୍ଦିରର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଭକ୍ତମାନେ ହାତୀ ମୁହଁରୁ...

ଲରେନ୍ସ ବିଷ୍ଣୋଇଙ୍କ ଫଟୋ ଥାଇ ଟି-ସାର୍ଟ ବିକି ଫସିଲା ମିଶୋ

ନୂଆଦିଲ୍ଲୀ,୫।୧୧: ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନାମ ବର୍ତ୍ତମାନ ଖବରରେ ଅଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ...

ରାଜନୀତିରୁ ସନ୍ୟାସ ନେବେ ଶରଦ ପାଓ୍ବାର! ବଡ଼ ସୂଚନା ଦେଇ କହିଲେ…

ମୁମ୍ବାଇ,୫।୧୧: ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରର ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏହି ସମୟରେ ଏନସିପି ନେତା ଶରଦ ପାୱାର ରାଜନୀତିରୁ ଅବସରକୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri