ପ୍ରାର୍ଥୀନୀଙ୍କ ରୋଡ୍‌ ଶୋ’ରେ ଟେଲି କଳାକାର

ଧାମନଗର, ୨୨ ।୩ (ଡି.ଏନ.ଏ) ଭଦ୍ରକ ଜିଲା ଧାମନଗର ଏନ୍‌ଏସିରେ ଚଳିତବର୍ଷ ପ୍ରଥମଥର ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଭୋଟରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି। ସୋମବାର ସାରେ ଭାଜପା ଅଧ୍ୟକ୍ଷା ପ୍ରାର୍ଥୀ ପୁଷ୍ପଶ୍ରୀ ମହାନ୍ତି ଧାମନଗରରେ ରୋଡ଼ଶୋ କରିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ, ଭାଜପା ଯୁବ ମୋର୍ଚ୍ଚା ସୋସିଆଲ ମିଡିଆ ସଂଯୋଜକ ସୂର୍ଯ୍ୟବଂଶୀ ସୁରଜ, ଶରତ ମହାନ୍ତି ଓ ସତ୍ୟବ୍ରତ ଦାସ ଏଥିରେ ସାମିଲ ଥିଲେ। ପୁଷ୍ପଶ୍ରୀଙ୍କ ପାଇଁ ସିରିଏଲ୍‌ ଅଭିନେତା ଅଭିନେତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଜୟଜିତ୍‌ ଦାଶ, ଉପାସନା ଭଦ୍ର ମହାନ୍ତି, ସୟାଲ, କାଜଲ, ଶ୍ରେୟାନ ନାୟକ, ବରଦା ପ୍ରସନ୍ନ ପାତ୍ର, ଫ୍ଲୋରେନ୍ସ ପାଢ଼ୀ, ସନ୍ଦୀପ୍‌ ମିଶ୍ର ପ୍ରମୁଖ ଅଭିନେତା ଅଭିନେତ୍ରୀ ତାଙ୍କ ପାଇଁ ଭୋଟ୍‌ ନିବେଦନ କରିଛନ୍ତି। ଧାମନଗର ଏନଏସିର ବ୍ଲକ ଛକଠାରେ ଥିବା ବାସନ୍ତୀ ଦୁର୍ଗା ମନ୍ଦିରରୁ ବାହାରି ଧାମନଗର ସାନବଜାର, ବଡ଼ବଜାର, ମେଡିକାଲ ବଜାର, ଦକ୍ଷିଣବାଡ଼, ଶାମପୁର, କସା ବସ୍ତି, ମହାନ୍ତିସାହି, ଚୂନପଡା ଛକ, ହବିବନଗର, ଜୟିନଗର, ମୁନସୀପାଟଣା, ତାଳପଦା, ଗୁମଗଡ଼, କାଙ୍କରା ଆଦି ଗ୍ରାମରେ ପ୍ରଚାର କରାଯାଇଥିଲା। ପୁଷ୍ପଶ୍ରୀଙ୍କ ସହ ୧୧ କାଉନ୍‌ସିଲର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେମାନେ ଭୋଟ୍‌ ଭିକ୍ଷା କରିଥିଲେ।

Share