ଦେଶର ସୁରକ୍ଷା ଓ ଆଇନ ଶୃଙ୍ଖାଳାକୁ ଗୁରୁତ୍ୱଦେଇ ସରକାର ଏକ ନୂଆ ନିୟମ ଟେଲିକମ୍ ମନ୍ତ୍ରଣାଳୟ ଜରିଆରେ ଲାଗୁ କରିବାକୁ ଯୋଜନା କରିଛନ୍ତି। ଫଳରେ ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ (ଡଟ୍) ବର୍ତ୍ତମାନ ମୋବାଇଲ କଲ୍ ରେକର୍ଡକୁ ଟେଲିକମ୍ କମ୍ପାନୀଗୁଡିକ ଦୁଇ ବର୍ଷ ପୂର୍ବରୁ ଡିଲିଟ୍ କରିପାରିବେ ନାହିଁ ବୋଲି ଅବଗତ କରାଇଛନ୍ତି। ପୂର୍ବରୁ ଟେଲିକମ୍ କମ୍ପାନୀଗୁଡିକ ଏକ ବର୍ଷ ପାଇଁ ଉପଭୋକ୍ତାଙ୍କ ବିଭିନ୍ନ ତଥ୍ୟ ନିଜ ପାଖରେ ଷ୍ଟୋର କରି ରଖୁଥିଲେ ବୋଲି କୁହାଯାଇଛି। ନିକଟରେ କେନ୍ଦ୍ର ସରକାର ଲାଇସେନ୍ସ ନିୟମରେ ସଂଶୋଧନ କରି ଏଭଳି ନିଷ୍ପତ୍ତି ନେଇଛନ୍ତି।