ଟେଲିମେଡିସିନ ସେବା ନମ୍ବର ଅଚଳ

କଟକ,୩୧ା୧୦(ଶିଳ୍ପା ପ୍ରିୟଦର୍ଶିନୀ):ଲୋକମାନଙ୍କ ହାତପାହାନ୍ତାରେ ଚିକିତ୍ସା ସେବା ଯୋଗାଇବା ଉଦ୍ଦେଶ୍ୟରେ ରହିଛି ଟେଲି ମେଡିସିନ ସେବା। ଫୋନ୍‌ କରି ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ବିଶେଷଜ୍ଞ ଡାକ୍ତରଙ୍କଠାରୁ ପରାମର୍ଶ ଗ୍ରହଣ କରିଥାଆନ୍ତି। ହେଲେ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଏହି ଟେଲିମେଡିସିନ ସେବା ଏବେ ଠିକ୍‌ରେ କାମ କରୁ ନାହିଁ। ଏଠାରେ ଟେଲିମେଡିସିନ୍‌ ସେବା ପାଇଁ ଜାରି ହୋଇଥିବା ୨ଟି ଫୋନ୍‌ ନମ୍ବର ୭୬୫୫୦୫୧୬୦୪ ଏବଂ ୭୬୫୫୦୫୧୬୦୫ କାର୍ଯ୍ୟକ୍ଷମ ନାହିଁ। ଫୋନ୍‌ କଲେ ଇନ୍‌କମିଂ କଲ ଉପଲବ୍ଧ ନ ଥିବା ଶୁଣିବାକୁ ମିଳୁଛି। ଫଳରେ ଲୋକଙ୍କ ସେବା ପାଇଁ ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥା ଏସ୍‌ସିବି ଭଳି ବଡ଼ ହସ୍ପିଟାଲ୍‌ରେ ଅଚଳ ହୋଇପଡ଼ିଛି। ଅପରପକ୍ଷରେ ଏହି ନମ୍ବର କାମ କରୁ ନ ଥିବା ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଖବର ନ ଥିବା କୁହାଯାଉଛି। ଏନେଇ ମେଡିକାଲର ବରିଷ୍ଠ ଅଧିକାରୀଙ୍କୁ ପଚାରିଲେ କୌଣସି ସନ୍ତୋଷଜନକ ଉତ୍ତର ମିଳୁ ନାହିଁ।
ସୂଚନାନୁଯାୟୀ, ୨୪ ଘଣ୍ଟିଆ ଟେଲିମେଡିସିନ ସେବା ଦ୍ୱାରା ବିଭିନ୍ନ ଜିଲାର ରୋଗୀମାନେ ଯେକୌଣସି ସମୟରେ ଡାକ୍ତରଙ୍କ ପରାମର୍ଶ ନେଇପାରନ୍ତି। ଏହାଦ୍ୱାରା ଫୋନ୍‌ ମାଧ୍ୟମରେ ରୋଗୀ ସହଜରେ ନିଜର ସ୍ବାସ୍ଥ୍ୟସେବା ସମସ୍ୟା ସମ୍ପର୍କରେ ଜଣାଇପାରନ୍ତି। ଡାକ୍ତର ରୋଗୀଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପରେ ଏହାର ଉପଶମ ଲାଗି ଔଷଧର ପରାମର୍ଶ ଦିଅନ୍ତି। ଏସ୍‌ସିବି ମେଡିକାଲରେ ୨୦୨୦ ଏପ୍ରିଲରେ ଏହି ସେବା ଆରମ୍ଭ ହୋଇଥିଲା। ଏଥିପାଇଁ ୨ଟି ନମ୍ବର ମଧ୍ୟ ଜାରି କରାଯାଇଥିଲା। କୋଭିଡ୍‌ ମହାମାରୀ ସମୟରେ ଏହି ସେବା ଆରମ୍ଭ ହୋଇଥିବାରୁ ଏହା ବେଶ୍‌ ଫଳପ୍ରଦ ହୋଇଥିଲା। ଏପରି କି କୌଣସି ସ୍ବାସ୍ଥ୍ୟ ସମସ୍ୟା ଯଥା ସାମାନ୍ୟ ଥଣ୍ଡା, ଜ୍ୱର, କାଶ, ପେଟ ଯନ୍ତ୍ରଣା, ବାନ୍ତି ଆଦି ହେଲେ ରୋଗୀ ଏହି ଟେଲିମେଡିସିନ ସେବା ଦ୍ୱାରା ଯୋଗାଯୋଗ କରି ପାରୁଥିଲେ। ସେହି ସମୟରେ ମେଡିକାଲ୍‌ରେ ରୋଗୀଙ୍କ ସଂଖ୍ୟା ହ୍ରାସ କରିବା ଓ ଗହଳି କମାଇବା ଲାଗି ଟେଲିମେଡିସିନର ସହଯୋଗ ନେବାକୁ ମେଡିକାଲ କର୍ତ୍ତୃପକ୍ଷ ପରାମର୍ଶ ଦେଉଥିଲେ। ହେଲେ ୨୦୨୨ ଏପ୍ରିଲ, ମେ ଏବଂ ଜୁନ୍‌ରେ ଏହି ସେବା ବନ୍ଦ ହୋଇଯାଇଥିଲା। ଫଳରେ ଲୋକମାନେ ଫୋନ୍‌ ଯୋଗେ ଡାକ୍ତରଙ୍କ ପରାମର୍ଶ ନେଇ ପାରି ନ ଥିଲେ। ତେବେ ଗତ ଡିସେମ୍ବରରେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା। ଏସ୍‌ସିବି ମେଡିକାଲର ଟେଲିମେଡିସିନ ସେବା ପାଇଁ ଫୋନ ଉଠାଇବା ଲାଗି ୧୦ଜଣ କର୍ମଚାରୀଙ୍କୁ ସ୍ବତନ୍ତ୍ର ନିଯୁକ୍ତି ମିଳିଛି। ରୋଗୀଙ୍କ ଫୋନ ଆସିବା ମାତ୍ରେ ସେମାନେ ରୋଗୀଙ୍କ ନାମ, ଠିକଣା ଓ ରୋଗ ସମ୍ପର୍କରେ ପଚାରି ବୁଝିବେ। ରେଜିଷ୍ଟରରେ ସେମାନଙ୍କ ତଥ୍ୟ ଟିପି ରଖିବେ। ତା’ପରେ ଡାକ୍ତରଙ୍କ ନିକଟକୁ ରୋଗୀଙ୍କ ଫୋନ୍‌ କଲ୍‌ ଫରୱାର୍ଡ କରିବେ। ରୋଗୀ ଡାକ୍ତରଙ୍କ ସହ କଥାବାର୍ତ୍ତା ହୋଇ ରୋଗର ଉପଶମ ଲାଗି ପରାମର୍ଶ ଗ୍ରହଣ କରିଥାନ୍ତି। ହେଲେ ଏହି ସେବା ଏବେ ଉପଲବ୍ଧ ନ ଥିବାରୁ ରୋଗୀ ଓ ସମ୍ପର୍କୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏନେଇ ଏସ୍‌ସିବି ମେଡିକାଲକୁ ବ୍ରହ୍ମପୁରରୁ ଆସିଥିବା ପଣ୍ଡା ପ୍ରଧାନ କହନ୍ତି, ଭାଇର ଜଣ୍ଡିସ ଯୋଗୁଁ ସପ୍ତାହ ହେବ ଏଠାରେ ଅଛି। ପ୍ରଥମେ ଟେଲିମେଡିସିନ ଯୋଗେ ଜାରି କରାଯାଇଥିବା ନମ୍ବରରେ ଯୋଗାଯୋଗ କରିଥିଲି, ହେଲେ ନମ୍ବରରେ ଯୋଗାଯୋଗ ହୋଇ ପାରି ନ ଥିଲା। ବହୁ ଚେଷ୍ଟା କରିବା ପରେ ଏସ୍‌ସିବି ମେଡିକାଲ ଆସିଛି। ଏହି ଟେଲିମେଡିସିନ ସେବାରେ ଜାରି କରାଯାଇଥିବା ନମ୍ବରକୁ ଯାଞ୍ଚ କରାଯାଉ ଏବଂ ଏହାକୁ ତୁରନ୍ତ ସେବାରେ ଉପଯୋଗୀ କରାଯାଇପାରିଲେ ବହୁ ଲୋକ ଉପକୃତ ହୋଇପାରିବେ। ସେହିପରି ମୟୂରଭଞ୍ଜରୁ ଏସ୍‌ସିବିକୁ ଆସିଥିବା ଯତିନ୍‌ ନାୟକ କହିଛନ୍ତି, ଏଠାରେ ଟେଲିମେଡିସିନ ସେବା ସୁବିଧା ରହିଛି, ହେଲେ ଯୋଗାଯୋଗ କଲେ ନମ୍ବର ଲାଗୁ ନାହିଁ। ଏହି ସେବା ଯୋଗୁ ବହୁ ରୋଗୀ ଓ ସମ୍ପର୍କୀୟ ଉପକୃତ ହୋଇଥାନ୍ତି। ଏହାକୁ କାର୍ଯ୍ୟକାରୀ କରିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି। ଏନେଇ ମେଡିକାଲ ଜରୁରିକାଳୀନ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରି ନ ଥିବାବେଳେ ଟେଲିମେଡିସିନ୍‌ ସେବା ଦାୟିତ୍ୱରେ ଥିବା ଅଧିକାରୀ ଏସ୍‌.ଏନ୍‌. ରାଉତରାୟ ମଧ୍ୟ ଏନେଇ କାୈଣସି ମତ ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଳନ୍ଦୀ-ନାଳିଆ ନଦୀରେ ବନ୍ୟା, ୬ ହଜାର ଲୋକ ପାଣିଘେରରେ

ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ବାତ୍ୟା ଦାନା ପରେ ସାଳନ୍ଦୀ ଓ ନାଳିଆ ନଦୀରେ ବନ୍ୟା ଆସିଛି। ଯାହାଫଳରେ ଭଦ୍ରକ ଜିଲା ତିହଡ଼ି ବ୍ଲକ ଅଧୀନ ବିଲଣା ଓ...

ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ଟଙ୍କା ମାଗିଲେ ସ୍ବାମୀ, ନ ଦେବାରୁ ନେଲେ ଏମିତି ପଦକ୍ଷେପ…

ତୁମୁଡ଼ିବନ୍ଧ,୨୭ା୧୦(ଦୀପକ କୁମାର ପରାସେଠ): ନୃଶଂସ ସ୍ବାମୀଙ୍କର ଅମାନୁଷିକ କାଣ୍ଡ। ମଦ୍ୟପାନ ପାଇଁ ସ୍ବାମୀ ଟଙ୍କା ମାଗିବା ପରେ ସ୍ତ୍ରୀ ଟଙ୍କା ନ ଦେବାରୁ ଛୁରିରେ ସ୍ତ୍ରୀଙ୍କ...

ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ୫ ବର୍ଷୀୟା ଝିଅଙ୍କ ମୃତ୍ୟୁ ଅଭିଯୋଗ

ଝରିଗାଁ,୨୭।୧୦(କିଶୋର ଚନ୍ଦ୍ର ମଣ୍ତଳ)ନବରଙ୍ଗପୁରରୁ ଭୁବନେଶ୍ୱର ଯାଇ କାମ କରୁଥିବା ଏକ ଦମ୍ପତିଙ୍କ ୫ ବର୍ଷୀୟା ଝିଅ ଶୁକ୍ରବାର ଏକ ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ପ୍ରାଣ...

ବିଜେଡି ବିଧାୟକଙ୍କୁ ଅଣଦେଖା: ଗଣେଶ୍ୱର

କେନ୍ଦ୍ରାପଡ଼ା,୨୭ା୧୦(ଜଗନ୍ନାଥ ଧଳ)ବାତ୍ୟା ‘ଦାନା’ ପ୍ରଭାବରେ କ୍ଷୟକ୍ଷତିର ଆକଳନ ଚାଲିଛି। ଏହି ସମୟରେ ଶାସକ ଓ ବିରୋଧୀ ଦଳର କଳି ଆରମ୍ଭ ହୋଇଛି। ବାତ୍ୟା ପରିଚାଳନାରେ ଶାସକ...

୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମାନବିକତା: ବାତ୍ୟାବେଳେ ଅସୁସ୍ଥ ମହିଳାଙ୍କୁ ବୋହି ଆମ୍ବୁଲାନ୍ସ ଯାଏ ଆଣିଲେ

ରାଜନଗର,୨୭ା୧୦(ଭାସ୍କର ରାଉତରାୟ): ବାତ୍ୟା ‘ଦାନା’ ତାଣ୍ଡବ ଆରମ୍ଭ ହେବା ପୂର୍ବରୁ ରାଜନଗରରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ରାଜନଗର ବ୍ଲକ ଡେରା ପଞ୍ଚାୟତ କାଠୁଆଗଣ୍ଡ...

ବନ୍ୟା ସ୍ଥିତି: ୧୦ ଗାଁ ବିଚ୍ଛିନ୍ନ

ବାଲେଶ୍ୱର(ବାଞ୍ଛାନିଧି ଦେ)/ ନୀଳଗିରି(ପ୍ରଶାନ୍ତ ବିଶ୍ୱାଳ), ୨୭।୧୦: ବାତ୍ୟା ‘ଦାନା’ ପ୍ରଭାବରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଉପରମୁଣ୍ଡରେ ହୋଇଥିବା...

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri