Categories: ଜାତୀୟ

କୃଷକଙ୍କ ପାଇଁ ବଡ଼ ଘୋଷଣା, ୪ ଲକ୍ଷ କୃଷକଙ୍କୁ ମିଳିବ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ…

ନୂଆଦିଲ୍ଲୀ, ୧୬।୦୮: କୃଷକଙ୍କ ଋଣଭାର ହ୍ରାସ କରିବା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଋଣଛାଡ଼ର ଦ଼୍ବିତୀୟ ପର୍ଯ୍ୟାୟରେ ଛାଡ଼ ରାଶି ଦୁଇଗୁଣ କରିଛନ୍ତି ସରକାର । ଫଳରେ ପାଖାପାଖି ସାଢ଼େ ୪ ଲକ୍ଷ କୃଷକଙ୍କୁ ଏହାର ଲାଭ ମିଳିବ । ଏଥିପାଇଁ ସରକାର ୫.୬ ହଜାର କୋଟିର ବୋଝ ସହିବେ । ଫସଲ ନଷ୍ଟ ହେବା କିମ୍ବା ଅନ୍ୟ କାରଣରୁ ଋଣ ସୁଝିପାରୁନଥିବା ଛୋଟ ଛୋଟ କୃଷକଙ୍କୁ ଏହା ବିଶେଷ ସହାୟକ ହେବ ।

ତେବେ କୃଷକଙ୍କୁ ଋଣ ଛାଡ଼ ଯୋଜନା ତେଲେଙ୍ଗାନା ସରକାର ଆଣିଛନ୍ତି । ଶୁକ୍ରବାର ରାଜ୍ୟ ସରକାର ୫,୬୪୪.୨୪ କୋଟି ଟଙ୍କାର ଫସଲ ଋଣ ଛାଡ଼ ଶେଷ ପର୍ଯ୍ୟାୟ ଆରମ୍ଭ କରିଛନ୍ତି । କଂଗ୍ରେସ ସରକାର ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଛାଡ଼ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସରକାର ଜାରି କରିଥିବା ତଥ୍ୟ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୬,୦୯୮.୯୩ କୋଟି ଋଣ ଛାଡ଼ କରାଯାଇଥିଲା । ଯେଉଁଥିରେ ୧୧,୫୦,୧୯୩ ଜଣ କୃଷକ ଲାଭ ପାଇଥିଲେ । ଦ଼୍ବିତୀୟ ପର୍ଯ୍ୟାୟରେ ୬,୧୯୦.୦୧ କୋଟି ଏଥିରେ ଖର୍ଚ୍ଚ କରାଯାଇଥିଲା । ଯେଉଁଥିରେ ୬,୪୦,୮୨୩ ଜଣ କୃଷକ ଲାଭ ପାଇଥିଲେ ।

Share