Categories: ଫୁରସତ

ସୂଚନାର ମାଧ୍ୟମ ପାଲଟିଛି ଟିଭି

ପରିବର୍ତ୍ତିତ ପୃଥିବୀ ସହିତ ସୂଚନା ଏବଂ ମନୋରଞ୍ଜନର ମାଧ୍ୟମରେ ପରିବର୍ତ୍ତନ ହେବାରେ ଲାଗିଛି। ଏପରିସ୍ଥଳେ ସାମ୍ପ୍ରତିକ ସମାଜରେ ଟେଲିଭିଜନ ଘରେ ଘରେ ସୂଚନା ପହଞ୍ଚାଇବା ସହିତ ସହଜ ମନୋରଞ୍ଜନର ଏକ ମାଧ୍ୟମ ପାଲଟିଛି। ଟେଲିଭିଜନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ନଭେମ୍ବର ୨୧ରେ ବିଶ୍ୱ ଟେଲିଭିଜନ ଦିବସ ପାଳନ କରାଯାଇଥାଏ।
୧୯୯୬ ନଭେମ୍ବର ୨୧ରେ ମିଳିତ ଜାତିସଂଘ ପକ୍ଷରୁ ପ୍ରଥମ ବିଶ୍ୱ ଟେଲିଭିଜନ ଫୋରମ ଅନୁଷ୍ଠିତ ହୋଇଥିଲା।
ସେବେଠାରୁ ସମାଜରେ ଟେଲିଭିଜନର ଗୁରୁତ୍ୱ ଉପଲବ୍ଧି କରିବା ଲାଗି ବିଶ୍ୱ ଟେଲିଭିଜନ ଦିବସ ପାଳିତ ହୋଇ ଆସୁଛି।
ସୂଚନା, ଚ୍ୟାନେଲିଂ ଏବଂ ଜନମତକୁ ପ୍ରଭାବିତ କରିବାରେ ଟେଲିଭିଜନ ହେଉଛି ଏକ ପ୍ରମୁଖ ସ୍ବୀକୃତିପ୍ରାପ୍ତ ମାଧ୍ୟମ। ତେବେ କିଭଳି ନକାରାତ୍ମକ ଅବା ଭ୍ରାନ୍ତ ସୂଚନା ଦ୍ୱାରା ସମାଜକୁ ବାଟବଣା ନ କରାଯିବ ତାହା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ।
ସତ୍ୟ ସୂଚନା ପ୍ରସାରଣ ଉପରେ ଏହି ଦିବସ ପାଳନ ଅବସରରେ ଗୁରୁତ୍ୱାରୋପ କରାଯାଇଥାଏ।

Share