ଗୋପନରେ ବିବାହ କଲେ ରାଖୀଙ୍କ ପୂର୍ବତନ ସ୍ବାମୀ ଆଦିଲ, ଜାଣନ୍ତୁ ଧରିଲେ କାହା ହାତ…

ବମ୍ବେ: ବିବାହ କରିଛନ୍ତି ବିବାଦୀୟ ଅଭିନେତ୍ରୀ ରାଖୀ ସାଓ୍ବନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଦୁରାନୀ। ସେ ବିଗ୍‌ବସ୍‌ ୧୨ ଫେମ୍‌ ସବା ଅଲ୍ଲୀ ଖାନ୍‌ଙ୍କ ସାନ ଭଉଣୀ ସୋମି ଅଲ୍ଲୀଙ୍କୁ ବିବାହ କରିଥିବା ଜଣାପଡ଼ିଛି। ଉଭୟ ଅନେକ ଦିନ ଧରି ସମ୍ପର୍କରେ ଥିଲେ। ଶେଷରେ ପରିବାରଲୋକଙ୍କ ଉପସ୍ଥିତିରେ ଗୋପନୀୟ ଭାବେ ଏହି ବିବାହ ଅନୁଷ୍ଠିତ ହୋଇଛି।

୨୦୨୨ରେ ରାଖୀ ଏବଂ ଆଦିଲ ଦୁହେଁ ଲୁଚାଛପାରେ ବିବାହ କରିଥିଲେ। ଏହାପରେ ଅଭିନେତ୍ରୀ ତାଙ୍କ ଉପରେ ପ୍ରତାରଣା ଦେଇଥିବା ଅଭିଯୋଗ କରିଥିଲେ। ଅପରପକ୍ଷେ ସୋମି ଭଉଣୀଙ୍କ ସହ ବିଗ୍‌ବସ୍‌କୁ ଯାଇଥିଲେ। ସେଠାରେ ତାଙ୍କ ଖେଳକୁ ପ୍ରଶଂସା କରାଯାଇଥିଲା। ଶୋ’ ଶେଷ ହେବା ପରେ ସୋମି ମୁମ୍ବାଇରେ ରହି ଆସୁଥିଲେ।

Share