ହାତରୁ ଦି’ହାତ ହେବେ ଏହି ଯୋଡି

ମୁମ୍ବାଇ: ଲୋକପ୍ରିୟ ଟେଲି ଧାରାବାହିକ ଅଭିନେତା ନୀଲ ଭଟ୍ଟ ଏବଂ ଐଶ୍ୱର୍ଯ୍ୟା ଶର୍ମା ଖୁବ୍‌ଶୀଘ୍ର ହାତରୁ ଦି’ହାତ ହେବାକୁ ଯାଉଛନ୍ତି । ସେମାନେ ‘ଗମ୍‌ ହୈ କିସି କେ ପ୍ୟାର୍‌ ମେଁ’ର ଧାରାବାହିକରେ ଦିଅର ଭାଉଜ ସାଜି ଅଭିନୟ କରୁଥିବା ଏହି ଯୋଡି ରିଅଲ ଲାଇଫ୍‌ରେ ସ୍ତ୍ରୀ-ସ୍ବାମୀ ହେବାକୁ ଯାଉଛନ୍ତି ।

ଆସନ୍ତା ୩୦ ତାରିଖରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧିହେବେ। ବିବାହ ଦିନ ପାଖେଇ ଆସୁଥିବାରୁ ଦୁହେଁ ଖୁବ୍‌ ଖୁସି ଅଛନ୍ତି । ତେବେ ଫ୍ୟାନ୍ସମାନେ ଏହି ଯୋଡିଙ୍କ ବିବାହ ଖବର ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସୋସିଆଲ ମିଡିଆରେ ଐଶ୍ୱର୍ଯ୍ୟା ତାଙ୍କ ବ୍ୟାଚଲର ପାର୍ଟି ଫଟୋ ଏବଂ ଭିଡିଓ ମଧ୍ୟ ଶେୟାର କରିଛନ୍ତି ।

Share