ଭାଜପାରେ ସାମିଲ ହେବେ ବିଧାୟକ ପ୍ରେମାନନ୍ଦ

କେନ୍ଦୁଝର ୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ନିକଟରେ ବିଜେଡି ଛାଡିଥିବା ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାଏକ ଭାଜପାରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗ୍ରସ୍ତର ଦିନକ ପୂର୍ବରୁ ସୋମବାର ସେ ଭାଜପାରେ ଯୋଗଦେବା ନେଇ ତେଲକୋଇରେ ରାଜନୀତି ସରଗରମ ହୋଇପଡ଼ିଛି।
ନିର୍ବାଚନମଣ୍ଡଳୀରୁ ୨୦୧୪ରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ଏବଂ ୨୦୧୯ରେ ଭାଜପାରୁ ପ୍ରାର୍ଥୀ ହୋଇ ତାଙ୍କଠାରୁ ହାରିଥିବା ଧନୁର୍ଜୟ ସିଦ୍ଧୁଙ୍କୁ ଦଳ ପ୍ରାଧାନ୍ୟ ଦେବା ଏବଂ ତାଙ୍କୁ ଦଳୀୟ ସଂଗଠନ ଗୁରୁତ୍ୱ ଦିଆ ନ ଯିବାରୁ ଏବଂ ପରବର୍ତ୍ତୀ ସମୟରେ ଧନୁର୍ଜୟ ବିଜେଡିରେ ଯୋଗଦେଇ ସମାନ୍ତରାଳ ସଂଗଠନ ଚଳାଇବା ଆଦି କାରଣରୁ ଦଳରୁ ଇସ୍ତଫା ଦେଇଥିବା ପ୍ରେମାନନ୍ଦ କହିଥିଲେ।
ବିଜେଡି ଟିକେଟରୁ ତେଲକୋଇରୁ ଜିତିଥିବା ପ୍ରେମାନନ୍ଦ ୨୦୧୪ ନିର୍ବାଚନରେ ଟିକେଟ ପାଇ ନ ଥିଲେ। ୨୦୧୯ରେ ପୁଣି ବିଜେଡିରୁ ଟିକେଟ ପାଇ ଜିତିବା ପରେ ମନ୍ତ୍ରୀ ପଦ ପାଇଥିଲେ। ୨୦୨୪ ନିର୍ବାଚନରେ ବିଜେଡି ଧନୁର୍ଜୟଙ୍କୁୁ ପ୍ରାର୍ଥୀ କରିବା ଚର୍ଚ୍ଚା ହେଉଥିବାବେଳେ ପ୍ରେମାନନ୍ଦ ପଦ୍ମ ଧରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର କହିଛନ୍ତି, ତାଙ୍କୁ ଦଳ ୨ଥର ବିଧାୟକ ଏବଂ ଥରେ ମନ୍ତ୍ରୀ କରିଥିଲା ା ସବୁ ପାଇଲା ପରେ ଏବେ ଦଳ ଛାଡିବା ଏବଂ ଭାଜପାରେ ମିଶିବା କାୈଣସି ଫରକ ପଡ଼ିବନାହିଁ। ପୂର୍ବତନ ବିଧାୟକ ଧନୁର୍ଜୟ କହିଛନ୍ତି, ତାଙ୍କୁ ଯେଉଁଭଳି ସମ୍ମାନ ଦେବା କଥା ଦେଇ ଆସିଥିଲା। ତାଙ୍କର ଭାଜପାରେ ମିଶିବା କିଛି ଫରକ ପଡିବ ନାହିଁ, ବରଂ ଲୋକଙ୍କ ତାଙ୍କ ପ୍ରତି ବିତୃଷ୍ଣା ଭାବ ଥିଲା। ଅନ୍ୟପକ୍ଷରେ ପ୍ରେମାନନ୍ଦଙ୍କ ନିଷ୍ପତ୍ତିକୁ ନେଇ ଭାଜପାରୁ ଆଶାୟୀ ଥିବା ଅନେକ ନେତାଙ୍କ ମନରେ ଛନକା ପଶିଛି। ବର୍ତ୍ତମାନ ତେଲକୋଇରେ ଭାଜପାର ସ୍ଥିତି ଭଲ ଥିବାବେଳେ ଦଳ ଠିକ୍‌ ନିଷ୍ପତ୍ତି ନ ନେଲେ ପୁଣି ଦଳ ମଧ୍ୟରେ ବିବାଦ ଘନୀଭୂତ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରୁଛନ୍ତି। ଧନୁର୍ଜୟ ସିଦ୍ଧୁ ଭାଜପା ଦଳ ଛାଡିବା ପରେ ବହୁ ଆଗରୁ ଦଳ ପାଇଁ କାମ କରିଆସୁଥିବା ଆଶାୟୀମାନେ ଆଶ୍ୱସ୍ତ ହୋଇଥିଲେ। ପ୍ରେମାନନ୍ଦ ଲୋକଙ୍କ ସୁବିଧା ଅସୁବିଧା ବୁଝିନାହାନ୍ତି କିମ୍ବା ସାଂଗଠନିକ କାର୍ଯ୍ୟରେ ସାମିଲ ହୋଇ ନ ଥିବାରୁ ତାଙ୍କ ପ୍ରତି ଅସନ୍ତୋଷ ଲାଗିରହିଥିବା ବେଳେ ତେଲକୋଇ ନିର୍ବାଚନକୁ ଭାଜପା ତାଙ୍କ ଜରିଆରେ ବିଜେଡି ଗଡକୁ ହାତେଇବା ସେତେଟା ସୁବିଧା ଜନକ ହେବ ନାହିଁ ବୋଲି କୁହାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ

ନବରଙ୍ଗପୁର,୨୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବିନା ସୂଚନା ଫଳକରେ ବହୁ ଉନ୍ନୟନ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । କିଏ ଓ କେଉଁ...

Mohan Bhagwat:‘ଗୋଟିଏ ମନ୍ଦିର, ଗୋଟିଏ କୂଅ, ଗୋଟିଏ ଶ୍ମଶାନ’, ହିନ୍ଦୁ ଏକତାକୁ ନେଇ ଭାଗବତଙ୍କ ନୂଆ ଫର୍ମୁଲା

ନୂଆଦିଲ୍ଲୀ,୨୧।୪: ବାଂଲାଦେଶ ଏବଂ ପଶ୍ଚିମବଙ୍ଗରେ ହିଂସାର ଭୟଙ୍କର ଦୃଶ୍ୟ ଦେଖିବା ପରେ, ଅନେକ ଲୋକ ହିନ୍ଦୁ ଏକତା ପାଇଁ ଆହ୍ବାନ ଦେଉଛନ୍ତି। ଆରଏସଏସ ମୁଖ୍ୟ Mohan...

ଲିକ ହେଲା ଆମେରିକାର War Plan, Signalରେ ଶେୟାର କରି ଗୁଇନ୍ଦା ସୂଚନା ଦେଲେ ରକ୍ଷା ସଚିବ

ଓ୍ବାଶିଂଟନ,୨୧।୪: ହୁଥି ବିଦ୍ରୋହୀଙ୍କ ଉପରେ ଆକ୍ରମଣ ଯୋଜନା ପୁଣି ଥରେ ପ୍ରକାଶ ପାଇଛି। ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗସେଥ ମାର୍ଚ୍ଚ ମାସରେ ୟେମେନର ଇରାନ-ସମର୍ଥିତ...

ଗର୍ଭପାତ ନ କରିବାରୁ ପ୍ରେମିକାଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ ପ୍ରେମିକ

ମାଲକାନଗିରି,୨୧ା୪(ଗୌରୀଶଙ୍କର ପଣ୍ଡା): ଗତ ଏପ୍ରିଲ ୧୨ରେ ମାଲକାନଗିରି ବ୍ଲକ ରେଙ୍ଗାବନ୍ଧ ଗ୍ରାମ ନିକଟ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଜବତ ଘଟଣାରେ ପୋଲିସ ତଦନ୍ତ...

ଏଇ ଭାରତରେ

ନିନ୍ଦା, ଟାହିଟାପରା କରିବା ଲୋକେ ତ ସମାଜରେ ଅନେକ ମିଳନ୍ତି, କିନ୍ତୁ ଲୋକନିନ୍ଦାକୁ ନିଜର ସାମର୍ଥ୍ୟ କରି ଗଢ଼ି ତୋଳନ୍ତି କ୍ୱଚିତ୍‌। ଏମିତି ଜଣେ ବ୍ୟକ୍ତିତ୍ୱ...

ବୁଦ୍ଧିଜୀବୀ ବନାମ ରାଜନେତା

ନସାଧାରଣଙ୍କ ପୁଞ୍ଜିରେ ନିର୍ମିତ ବିଭିନ୍ନ ପ୍ରକାର ଲୋକାର୍ପଣ ଉତ୍ସବଗୁଡ଼ିକରେ ଫିତାକଟା ସମୟରେ ଅତିଥି ଭାବରେ ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରେ ମୁଖ୍ୟତଃ ରାଜନେତାଙ୍କର ଫଟୋ ଦେଖିବାକୁ ମିଳୁଛି।...

ମଣିଷ ଦର

ମଗ୍ରିକ ଭାବେ ବିଚାରକଲେ ଦର ହେଉଛି ଏକ ମୂଲ୍ୟ ନିରୂପଣର ମାଧ୍ୟମ। ତେବେ ବସ୍ତୁ, ସାମଗ୍ରୀ ଆଦି ଯଥାର୍ଥରେ ମୂଲ୍ୟ ନିରୂପଣ ଯୋଗ୍ୟ ବା କରିବା...

JD Vance: ସପରିବାର ଜୟପୁର ଯିବେ ଆମେରିକା ଉପରାଷ୍ଟ୍ରପତି, ଚନ୍ଦା-ପୁଷ୍ପା କରିବେ ସ୍ବାଗତ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେମ୍ସ ଡେଭିଡ ଭାନ୍ସ ସୋମବାର(ଏପ୍ରିଲ ୨୧) ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚିଛନ୍ତି। ଶୁଳ୍କ ବିବାଦ ମଧ୍ୟରେ ଭାରତ ଆସୁଥିବା ଆମେରିକାର ଉପରାଷ୍ଟ୍ରପତିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image