ହସ୍ପିଟାଲରେ ‘କଟପ୍ପା’

ସାଉଥ ଫିଲ୍ମ ବାହୁବଳୀ ଫେମ୍‌ ‘କଟପ୍ପା’ ତଥା ଅଭିନେତା ସତ୍ୟରାଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏବେ ସେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସେଲେବ୍ରିଟିମାନେ ମଧ୍ୟ ସଂକ୍ରମିତ ହୋଇଥିବା ନେଇ ଖବର ପ୍ରତିଦିନ ସାମ୍ନାକୁ ଆସୁଛି। ଗତ କିଛି ଦିନ ତଳେ ା ସତ୍ୟରାଜ ମଧ୍ୟ କରୋନା ପଜିଟିଭ୍‌ ହୋଇଥିଲେ। ପରେ ସେ ନିଜକୁ ହୋମ ଆଇସୋଲେଟ କରି ରଖିଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ସାରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଛି। ତେବେ ତାଙ୍କରସ ସ୍ବାସ୍ଥ୍ୟାବସ୍ଥା କିଭଳି ରହିଛି, ସେ ନେଇ ହସ୍ପିଟାଲ ପକ୍ଷରୁ ଏଯାଏ କୌଣସି ରିପୋର୍ଟ ଦିଆଯାଇ ନାହିଁ। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Share