ଭାଜପାରେ ଯୋଗ ଦେଲେ ତେଲଗୁ ଅଭିନେତ୍ରୀ ଜୟସୁଧା

ହାଇଦ୍ରାବାଦ,୨।୮: ତେଲଗୁ ଅଭିନେତ୍ରୀ ତଥା ପୂର୍ବତନ ବିଧାୟକ ଜୟସୁଧା ଭାଜପାରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ତେଲେଙ୍ଗାନା ଭାଜପା ସଭାପତି ଜି କିଶନ ରେଡ୍ଡୀ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଛନ୍ତି। ପୂର୍ବରୁ ପ୍ରତିନିଧିତ୍ୱ କରିଥିବା ସିକନ୍ଦରବାଦ ନିର୍ବାଚନମଣ୍ଡଳୀରୁ ଭାଜପା ପକ୍ଷରୁ ସେ ପୁଣି ପ୍ରତିଦ୍ୱନ୍ଦିତା କରିବେ ବୋଲି କୁହାଯାଉଛି।

୧୯୭୦ ଓ ୧୯୮୦ ଦଶକରେ ଅନେକ ତେଲଗୁ ଚଳଚ୍ଚିତ୍ରରେ ରାଜ୍‌ କରିଛନ୍ତି ଜୟସୁଧା। ୨୦୦୯ରେ କଂଗ୍ରେସ ନେତା ତଥା ତତ୍କାଳୀନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ ରାଜାଶେଖର ରେଡ୍ଡୀଙ୍କ ନିମନ୍ତ୍ରଣ କ୍ରମେ ସେ ରାଜନୀତିରେ ଯୋଗ ଦେଇଥିଲେ। ୨୦୦୯ରେ ସେକୁନ୍ଦରବାଦ ନିର୍ବାଚନମଣ୍ଡଳୀରୁ ସେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୪ ନିର୍ବାଚନରେ ସେ ହାରି ଯାଇଥିଲେ। ଏହାପରେ ସେ ୨୦୧୬ରେ ତେଲୁଗୁ ଦେଶମ ପାର୍ଟି (ଟିଡିପି)ରେ ଯୋଗଦେବା ପାଇଁ କଂଗ୍ରେସ ଛାଡିଥିଲେ। ତେବେ ୨୦୧୯ରେ ସେ ତାଙ୍କ ପୁଅ ନିହାର କପୁରଙ୍କ ସହ ଓ୍ବାଇ ଏସ ଆର ପାର୍ଟିରେ ଯୋଗ ଦେଇଥିଲେ।

Share