ଡିଭାଇଡର୍‌ରେ ପିଟି ହୋଇ ଓଲଟିଲା କାର୍‌,ଅଭିନେତ୍ରୀଙ୍କ ମୃତ୍ୟୁ

ଚେନ୍ନାଇ: ସଡ଼କ ଦୁର୍ଘଟଣାରେ ଚାଲିଗଲା ତେଲୁଗୁ ଅଭିନେତ୍ରୀ ଗାୟତ୍ରୀଙ୍କ ଜୀବନ। ଓ୍ବେବ୍‌ ସିରିଜ୍‌ ‘ମ୍ୟାଡମ୍‌ ସାର୍‌ ମ୍ୟାଡ୍‌ମ୍‌ ଆନ୍ତେ’ ଜରିଆରେ ବେଶ୍‌ ଲୋକପ୍ରିୟ ହୋଇଥିଲେ ଏହି ଅଭିନେତ୍ରୀ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ଏବେ ତାଙ୍କ ମୃତ୍ୟୁକୁ ନେଇ ଖବର ଜଣାପଡ଼ିବା ପରେ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଛି। ଏଥିସହ ଦକ୍ଷିଣ ଭାରତୀୟ ସିନେମାଜଗତରେ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ ମୁତାବକ, ଶୁକ୍ରବାର ଗାୟତ୍ରୀ ହୋଲି ଉତ୍ସବ ପାଳନ କରି ବନ୍ଧୁ ରାଥୋଡ୍‌ଙ୍କ ସହ ଘରକୁ ଫେରୁଥିଲେ। ହାଇଦ୍ରାବାଦର ଗଚ୍ଚିବୋଲି ଅଞ୍ଚଳରେ ତାଙ୍କ କାର୍‌ଟି ଏକ ଡିଭାଇଡର୍‌ରେ ପିଟି ହୋଇ ଓଲଟିପଡ଼ିଥିଲା। ଘଟଣାସ୍ଥଳରେ ହିଁ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଅପରପକ୍ଷେ ବନ୍ଧୁ ରାଥୋଡ୍‌ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share