Categories: ଜାତୀୟ

ହୋଟେଲରେ ଚରସ ନେଇ ଧରାପଡ଼ିଲେ ଟଲିଉଡ୍‌ ସୁନ୍ଦରୀ

ମୁମ୍ବାଇ,୧୫।୬: ଟଲିଉଡର ଜଣାଶୁଣା ଅଭିନେତ୍ରୀ ନାଇରା ଶାହ ମୁମ୍ବାଇର ଏକ ୫ ତାରକା ହୋଟେଲରେ ଚରସ ନେଉଥିବାବେଳେ ଧରାପଡ଼ିଥିଲେ। ଏଥି ନେଇ ତାଙ୍କୁ ଓ ତାଙ୍କର ଜଣେ ବନ୍ଧୁ ଆଶିକ ସାଜିଦ ହୁସେନଙ୍କୁ ନାର୍କୋଟିକ ଡ୍ରଗ୍ସ ଓ ସାଇକୋଟ୍ରୋପିକ୍‌ ମାମଲାରେ ମୁମ୍ବାଇ ପୋଲିସ ଗିରଫ କରିଥିଲା। ବାନ୍ଦ୍ରା କୋର୍ଟରୁ ତାଙ୍କୁ ଜାମିନ ମିଳିବା ପରେ ଟଲିଉଡ୍‌ ଆକ୍ଟ୍ରେସଙ୍କୁ ପୋଲିସ ଛାଡ଼ିଥିବା ସୂଚନା ମିଳିଛି।

ମିଳିଥିବା ରିପୋର୍ଟ ମୁତାବକ, ମୁମ୍ବାଇ ପୋଲିସର ଚଢ଼ାଉବେଳେ ନାଇରା ଓ ତାଙ୍କ ବନ୍ଧୁ ଡ୍ରଗ୍ସ ନେଉଥିଲେ। ତେବେ ରବିବାର ମୁମ୍ବାଇ ଉକ୍ତ ହୋଟେଲରେ ଜନ୍ମଦିନ ପାଳନ କରୁଥିଲେ ଏହି ଅଭିନେତ୍ରୀ। ହୋଟେଲ କର୍ମଚାରୀଙ୍କ ଠାରୁ ଅଭିଯୋଗ ମିଳିବା ପରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ସେମାନଙ୍କ ପାଖରୁ ମିଳିଥିଲା ରୋଲଡ୍‌ ସିଗରେଟ। ତାଙ୍କର ମେଡିକାଲ ଟେଷ୍ଟ ମଧ୍ୟ କରାଯାଇଥିଲା, ଯାହାର ରିପୋର୍ଟରେ ନାଇରା ଅଧିକ ମାତ୍ରରେ ଡ୍ରଗ୍ସ ସେବନ କରିଥିବା ଜଣାପଡ଼ିଥିଲା। ଏଣୁ ନିକଟ ଭବିଷ୍ୟତରେ ତାଙ୍କୁ ଏଥିନେଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ, ନାଇରାଙ୍କୁ ଚଳିତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ଟ୍ରିପଲରେ ‘ଇ’ରେ ଦେଖିବାକୁ ମିଳିଥିଲା।

Share