ସାଉଥ୍‌ ସୁପରଷ୍ଟାର ମା’ଙ୍କ ମୃତ୍ୟୁ ପରେ ବାପାଙ୍କୁ ହୃଦ୍‌ଘାତ

ମୁମ୍ବାଇ: ତେଲଗୁ ସୁପରଷ୍ଟାର ମହେଶ ବାବୁ ଏବେ ଭାବପ୍ରବଣ ମୁହୂର୍ତ୍ତ ଦେଇ ଗତି କରୁଛନ୍ତି। ନିକଟରେ ମହେଶ ବାବୁଙ୍କ ମା’ଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ ତାଙ୍କ ବାପାଙ୍କୁ ହୃଦ୍‌ଘାତ ହୋଇଥିବା ଜଣାପଡ଼ିଛି। ମହେଶ ବାବୁଙ୍କ ୭୯ବର୍ଷୀୟ ବାପା କ୍ରିଷ୍ଣା ଘଟାମାନେନିଙ୍କ ହୃଦ୍‌ଘାତ ହୋଇଛି। ପରେ ତାଙ୍କୁ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲର ଏମରଜେନ୍ସି ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତି ୧ଟା ୧୫ ମିନିଟ୍‌ରେ କ୍ରିଷ୍ଣାଙ୍କ ହୃଦ୍‌ଘାତ ହୋଇଥିଲା। ସଙ୍ଗେ ସଙ୍ଗେ ଡାକ୍ତର ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରି ଭେଣ୍ଟିଲେଟରରେ ରଖିଛନ୍ତି। ବର୍ତ୍ତମାନ କ୍ରିଷ୍ଣାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ମହେଶ ବାବୁଙ୍କ ବାପା କ୍ରିଷ୍ଣା ମଧ୍ୟ ତେଲଗୁ ଇଣ୍ଡଷ୍ଟ୍ରିର ବେଶ୍‌ ଜଣାଶୁଣା ଅଭିନେତା।

 

Share