Categories: ଖେଳ

ଦକ୍ଷିଣ ଆଫ୍ରିକାକୁ ଝଟ୍‌କା: ଅଧିନାୟକ ବଭୁମାଙ୍କ ଖେଳିବା ନେଇ ବଢ଼ିଲା ଆଶଙ୍କା

ସେଞ୍ଚୁରିଅନ, ୨୬ା୧୨: ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଦିନ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌କୁ ବଡ଼ ଝଟ୍‌କା ଲାଗିଛି। ଦଳର ଅଧିନାୟକ ଟେମ୍ବା ବଭୁମା ଆଘାତପ୍ରାପ୍ତ ହୋଇଛନ୍ତି। ଫିଲ୍ଡିଂ କରୁଥିବା ସମୟରେ ବାମ ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ ଯୋଗୁ ସେ ମ୍ୟାଚ୍‌ରେ ଆଗକୁ ଖେଳିବା ଉପରେ ଆଶଙ୍କା ସୃଷ୍ଟି ହୋଇଛି।

୨୦ତମ ଓଭରରେ ହାମହାତି ପେସର ମାର୍କୋ ଜେନସନ ବୋଲିଂ କରୁଥିବା ବେଳେ ବିରାଟ କୋହଲିଙ୍କ ଏକ ଡ୍ରାଇଭ୍‌ ଅଟକାଇବାକୁ ଯାଇ ବଭୁମା ଆଘାତପ୍ରାପ୍ତ ହୋଇଛନ୍ତି। ଡାକ୍ତରୀ ପରୀକ୍ଷା ପରେ ସେ ମ୍ୟାଚର ଅବଶିଷ୍ଟାଂଶ ଖେଳିବେ କି ନା ତାହାସ୍ପଷ୍ଟ ହୋଇଯିବ। ବଭୁମାଙ୍କ ସ୍ଥାନରେ ଏହି ସିରିଜ ପରେ ଅବସର ନେବାକୁଥିବା ଡିନ୍‌ ଏଲ୍‌ଗାରଙ୍କୁ କାମଚଳା ଅଧିନାୟକ ଦାୟିତ୍ୱ ତୁଲାଇବାକୁ ପଡ଼ିବ। ପଡ଼ିଆରେ ବଭୁମାଙ୍କ ସ୍ଥାନରେ ଓ୍ବିଆନ ମୁଲ୍‌ଡର ଫିଲ୍ଡିଂ କରିବେ।

Share