ଜି.ଉଦୟଗିରିରେ ତାପମାତ୍ରା ୧୨.୮ ଡିଗ୍ରୀ: ଅନୁଭୂତ ହେଲାଣି ଶୀତ

ଜି.ଉଦୟଗିରି,୨୮ା୧୦(ଡି.ଏନ.ଏ.)-ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ରାତ୍ର ଘନ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଉଛି। ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରୀ ସେଲସିୟସ ରହିଥିବା ଜି.ଉଦୟଗିରି କୃଷି ଗବେଷଣା କେନ୍ଦ୍ରର ତାପ ମାପକ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି। ଜିଲା ବାହାରୁ ଲୋକେ ଆସି କଫି ବଗିଚା, କଳିଙ୍ଗା ଘାଟି, ଶିରିକି ଡେମ ବୁଲି ଶୀତର ମଜା ନେଉଛନ୍ତି। ଅନ୍ୟପଟେ ଶୀତ ଆରମ୍ଭ ଯୋଗୁ ଗରୀବ ଓ ନିରାଶ୍ରୟ ଲୋକେ ଅସୁବିଧାର ସମ୍ମୁଖୀନ ହେବେ।

Share