Categories: ଜାତୀୟ

ହିମାଳୟରେ ତରଳିବ ୮୫ ପ୍ରତିଶତ ବରଫ!

ଶ୍ରୀନଗର,୭।୮: ଜଳବାୟୁ ପରିବର୍ତ୍ତନ କାରଣରୁ ଏବେ ଜମ୍ମୁ-କଶ୍ମୀର ଓ ଲଦ୍ଦାଖରେ ଏହାର ପ୍ରଭାବ ଅନୁଭୁତ ହେବାକୁ ଯାଉଛି। ଏବେକାର ଜଳବାୟୁକୁ ଦେଖି ବିଶେଷଜ୍ଞମାନେ ଏହି ଅନୁମାନ ଲଗାଇଛନ୍ତି। ଯଦି ଏହା ଅପରିବର୍ତ୍ତିତ ରହିଲା ତେବେ ୨୧୦୦ ମସିହା ବେଳକୁ ଜମ୍ମୁ-କଶ୍ମୀର ଓ ଲଦ୍ଦାଖର ତାପମାତ୍ରା ୬.୯ ଡିଗ୍ରୀ ବୃଦ୍ଧି ପାଇବ। ‘କ୍ଲାଇମେଟ ଚେଞ୍ଜ’ ପତ୍ରିକାରେ ୨୯ ଜୁଲାଇରେ ପ୍ରକାଶିତ ଏକ ଅଧ୍ୟୟନରେ ଗ୍ରୀନ୍‌ ହାଉସ୍‌ ଗ୍ୟାସ ଉତ୍ସର୍ଗର ୩ ଭିନ୍ନ ଭିନ୍ନ ପରିଦୃଶ୍ୟର ୧୧ଟି ମଡେଲକୁ ନେଇ ବିଶ୍ଳେଷଣ କରାଯାଇଥିଲା। ଅନ୍ୟପଟେ କଶ୍ମୀର ବିଶ୍ୱିଦ୍ୟାଳୟର ଅନୁସନ୍ଧାନ ବିଭାଗର ଡିନ୍‌ ପ୍ରଫେସର ସକିଲ ଅହମ୍ମଦ ରୋମସୁ କହିଛନ୍ତି, ଏହି ଅଧ୍ୟୟନ ସମ୍ପୂର୍ଣ୍ଣ ଭାବେ ଜମ୍ମୁ-କଶ୍ମୀର ଅଞ୍ଚଳକୁ ନେଇ କରାଯାଇଛି।

Share