ଭୁବନେଶ୍ୱର,୩୦।୪(ବ୍ୟୁରୋ): କାଲିଠୁ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କାଳବୈଶାଖୀ ପ୍ରଭାବରେ ଆଗାମୀ ୨/୩ ଦିନ ମଧ୍ୟରେ ୨ ଡିଗ୍ରୀ ଯାଏ ତାପମାତ୍ରା କମିବ।
ଅନ୍ୟପଟେ ଶୁକ୍ରବାର ୪୫ ଡିଗ୍ରୀ ସହ ବୌଦ୍ଧ ପୁଣି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ୫ଟି ସହରର ତାମମାତ୍ରା ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ୨୫ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଅନୁଗୋଳ ୪୪.୭, ଦେବଗଡ ୪୪.୬, ତାଳଚେର ୪୪.୫ ଓ ବଲାଙ୍ଗିରର ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଭୁବନେଶ୍ବର ୪୦.୨ ଡିଗ୍ରୀ ଓ କଟକର ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ ହୋଇଛି।