Categories: ଜାତୀୟ

ଦକ୍ଷିଣ ଭାରତ ରାଜ୍ୟରେ ଖସୁଛି ତାପମାତ୍ରା: ତାମିଲନାଡୁରେ ୧ ଡିଗ୍ରୀ

ଚେନ୍ନାଇ,୧୯।୧: ସାଧାରଣତଃ ଉତ୍ତର ଭାରତରେ ପ୍ରବଳ ଶୀତ ହେବା ସହ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସିଆସିଥାଏ। ହେଲେ ଚଳିତ ବର୍ଷ ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରେ ଜାନୁଆରୀ ମାସରେ ତାପମାତ୍ରା ଶୂନ ଡିଗ୍ରୀ ପାଖାପାଖି ହେବା ପ୍ରଥମ ଘଟଣା ଘଟିଛି। ଏହାକୁ ନେଇ ଲୋକେ ଚିନ୍ତା ପ୍ରକଟ କରିଛନ୍ତି। ଏପରି ତାପମାତ୍ରା ଖସିବା ଦ୍ୱାରା ଲୋକଙ୍କ ଜୀବନ ଯାତ୍ରା ପ୍ରଭାବିତ ହୋଇଛି।

ତାମିଲନାଡୁର ପାହାଡ଼ିଆ ଜିଲାରେ ପ୍ରବଳ ଶୀତ ସାଙ୍ଗକୁ ତାପମାତ୍ରା ୧ ଡିଗ୍ରୀ ସେଲ୍‌ସିୟସ୍‌କୁ ହ୍ରାସ ପାଇଛି। ସରକାରୀ ତଥ୍ୟ ଅନୁଯାୟୀ ଉଧଗାମଣ୍ଡଳମର କନ୍ଥାଲ ଏବଂ ଥାଲାଇକୁଣ୍ଠାରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବୋଟାନିକାଲ ଗାର୍ଡେନରେ ତାପମାତ୍ରା ୨ ଡିଗ୍ରୀ ସେଲ୍‌ସିୟସ୍‌ ଏବଂ ସାଣ୍ଡ୍ୟାନାଲାରେ ୩ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି।

Share