କୋରାପୁଟ,୧୮।୧୨(ଅମିତାଭ ବେହେରା): କୋରାପୁଟରେ ଗତ କିଛି ଦିନ ହେବ ଅସହ୍ୟ ଶୀତ ଲହରି ଜାରି ରହିଛି। ଜିଲାରେ ପାରଦ ୯.୫ରୁ ୧୦ ଡିଗ୍ରୀ ମଧ୍ୟରେ ରହୁଛି। ଜିଲାର କେତେକ ସ୍ଥାନରେ ମଧ୍ୟ ରାତ୍ରରେ ୪ରୁ ୫ ଡିଗ୍ରୀ ତାପମାତ୍ରା ରହୁଛି। ଗତ କିଛି ଦିନ ତଳେ କୋରାପୁଟ ସହର, ପଟ୍ଟାଙ୍ଗି, ଦାମନଯୋଡି ଆଦି ଅଞ୍ଚଳରେ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି। ଶନିବାର ଜିଲାରେ ପାରଦ ୯.୫ ରହିଥିବା ବେଳେ ରବିବାର ୯.୬ ପାରଦ ଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି। ଆଗାମୀ ଦିନରେ ଜିଲାରେ ଶୀତର ପ୍ରକୋପ ଅଧିକ ହେବ ବୋଲି ବିଭାଗୀୟ ବିଶେଷଜ୍ଞମାନେ ସର୍ତକ କରିଛନ୍ତି। ବୟସ୍କମାନଙ୍କୁ ରାତି ଓ ଭୋରରୁ ପଦାକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି।
ଏହି ପରିପ୍ରେକ୍ଷୀରେ କୋରାପୁଟ ସହରରର ବିଭିନ୍ନ ସ୍ଥାନରେ କାଉ, ବାଇଚଢ଼େଇଙ୍କ ସମେତ ବିଭିନ୍ନ ପକ୍ଷୀଙ୍କ ସମେତ କେତେକ ସ୍ଥାନରେ ଛୋଟଛୋଟ କୁକୁର ଛୁଆ ମରିପଡିଥିବା ଦେଖାଯାଇଛି।