ପାଶ୍ଚାତ୍ୟରେ ବଢୁଛି ତାପମାତ୍ରା, ଡଲଫିନଙ୍କ ଜୀବନ ସଙ୍କଟରେ, ୭ ଦିନରେ ୧୦୦ରୁ ଅଧିକ ମୃତ…

ବ୍ରାସିଲିଆ,୨।୧୦ : ବ୍ରାଜିଲରେ ଚଳିତ ବର୍ଷ ରେକର୍ଡ ତାପମାତ୍ରାରେ ପହଞ୍ଚିଛି। ସାଧାରଣ ଲୋକଙ୍କ ସହିତ ପ୍ରାଣୀ ଏବଂ ପକ୍ଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାପମାତ୍ରା ବୃଦ୍ଧି ଯୋଗୁ ପାଣିର ତାପମାତ୍ରା ବୃଦ୍ଧି ପାଇବା ଯୋଗୁ ମଧ୍ୟ ଫୁଟୁଛି, ଯେଉଁ କାରଣରୁ ଗତ ସାତ ଦିନ ମଧ୍ୟରେ ଆମାଜନରେ ୧୦୦ରୁ ଅଧିକ ଡଲଫିନଙ୍କର ମୃତ୍ୟୁ ହୋଇଥିବାର ଦେଖିବାକୁ ମିଳିଛି।

ପାଣିର ତାପମାତ୍ରା ୧୦୩ ଡିଗ୍ରୀ ଫାରେନ୍ହାଇଟ ରେକର୍ଡ କରାଯାଇଛି । ବ୍ରାଜିଲର ମାମିରୋ ଇନଷ୍ଟିଚ୍ୟୁଟ ଅନୁଯାୟୀ, ଟେଫେ ହ୍ରଦରେ ଡଲଫିନଙ୍କ ମୃତଦେହ ମିଳିଛି।

ଏତେ ସଂଖ୍ୟକ ଡଲଫିନଙ୍କ ଆକସ୍ମିକ ମୃତ୍ୟୁ ସମ୍ପର୍କରେ ଅନୁଷ୍ଠାନ କହିଛି ଆମାଜନରେ ମରୁଡ଼ି ଏବଂ ତାପମାତ୍ରା ବୃଦ୍ଧି ଏହାର କାରଣ ହୋଇପାରେ। ଉଲ୍ଲେଖନୀୟ ବିଷୟ ହେଉଛି, ଆମାଜନ ନଦୀ ଜଳର ବର୍ତ୍ତମାନ ରେକର୍ଡ ସ୍ତରରେ ରହିଛି। ଫଳରେ ଏହା ମଧ୍ୟରେ ବାସ କରୁଥିବା ଜୀବମାନଙ୍କ ପାଇଁ ସମସ୍ୟା ଉପୁଜିଛି ।

ଏକ ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନକାରୀ ଏବଂ ବୈଜ୍ଞାନିକମାନେ ଲାଗୁନ ଏବଂ ପୋଖରୀରୁ ଜୀବନ୍ତ ଡଲଫିନ ଧରି ସେମାନଙ୍କୁ କରି ନଦୀକୁ ପଠାଉଛନ୍ତି। ଏଠାରେ ଥିବା ଜଳ ଅନ୍ୟ ସ୍ଥାନ ଅପେକ୍ଷା ଟିକେ ଥଣ୍ଡା ରହୁଛି। ତଥାପି, ନଦୀ ଦୂରରେ ଥିବାରୁ ସ୍ଥାନାନ୍ତର କାର୍ଯ୍ୟ ସହଜ ହେଉ ନାହିଁ।

ମାମିରୋଆ ଇନଷ୍ଟିଚ୍ୟୁଟର ଜଣେ ଗବେଷକ ଆଣ୍ଡ୍ରେ କୋଏଲହୋ କହିଛନ୍ତି ଏହିପରି ଡଲଫିନଗୁଡ଼ିକୁ ଅନ୍ୟ ନଦୀକୁ ସ୍ଥାନାନ୍ତର କରିବା ନିରାପଦ ନୁହେଁ। ସେମାନଙ୍କୁ ଅନ୍ୟତ୍ର ପଠାଇବା ପୂର୍ବରୁ, ସେଠାରେ ଭାଇରସ ଅଛି କି ନାହିଁ ତାହା ଯାଞ୍ଚ କରାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ୍‌, ଆକ୍ରମଣରେ କ୍ଷେପଣାସ୍ତ୍ର ଇନ୍ଧନ କାରଖାନା ଧ୍ୱଂସ

ତେହରାନ,୨୭।୧୦: ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଏସବୁ ମଧ୍ୟରେ...

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri