୧୪ରୁ ଅସହ୍ୟ ଗୁଳୁଗୁଳି, ୧୭ରୁ ଅସମ୍ଭାଳ ତାତି

ଭୁବନେଶ୍ୱର, ୧୩ା୪ (ଅସମାପିକା ସାହୁ): ରାଜ୍ୟରେ ପୁଣି ଗରମ ଓ ଗୁଳୁଗୁଳି ଲେଉଟିଛି। ଶୁକ୍ରବାର ପାରଳାଖେମୁଣ୍ଡିରେ ସର୍ବାଧିକ ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରରେ ୩୬.୨ ଓ ଜଗତ୍‌ସିଂହପୁରରେ ୩୬ ଡିଗ୍ରୀ ରହିଥିଲା। ବୌଦ୍ଧ ଓ ରାୟଗଡ଼ାର କିଛି ସ୍ଥାନରେ ବର୍ଷା ହୋଇଥିଲେ ମଧ୍ୟ ଶନିବାରଠାରୁ ତାତି ଆହୁରି ବଢ଼ିବା ସମ୍ଭାବନା ରହିଛି। ତେବେ ୧୪ରୁ ଅସହ୍ୟ ତାତି ଅନୁଭୂତ ହେବ। ଦିନ ତାପମାତ୍ରାରେ ୬ରୁ ୮ ଡିଗ୍ରୀ ବୃଦ୍ଧି ପାଇବାର ଆଶଙ୍କା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଆସନ୍ତା ୨୪ ଘଣ୍ଟାରେ ଦିନ ତାପମାତ୍ରରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବାର ନାହିଁ। କିନ୍ତୁ ୧୪ରେ କଟକ, ନୟାଗଡ଼, ବୌଦ୍ଧ, ଅନୁଗୋଳ ଓ ଖୋର୍ଦ୍ଧାରେ ଉଷ୍ଣ ଏବଂ ଆର୍ଦ୍ର ପାଣିପାଗ ରହିବା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଫଳରେ ଗୁରୁଗୁଳି ଅସହ୍ୟ ହେବ। ସେହିଭଳି ୧୫ ଓ ୧୬ରେ ବିଭିନ୍ନ ଜିଲାକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବିଶେଷକରି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ପଡ଼ିବ। ୧୫ରେ କଟକ, ନୟାଗଡ଼, ମାଲକାନଗିରି, କୋରାପୁଟ, ଅନୁଗୋଳ ଏବଂ ଢେଙ୍କାନାଳ ଓ ୧୬ରେ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ନୟାଗଡ଼, ବୌଦ୍ଧ, କଟକ, କନ୍ଧମାଳ, କୋରାପୁଟ, ମାଲକାନଗିରି, ବାଲେଶ୍ୱର ଏବଂ ଭଦ୍ରକରେ ଗ୍ରୀଷ୍ମ ପ୍ରବାହ ସାଧାରଣ ଜନଜୀବନକୁ ପ୍ରଭାବିତ କରିବ। ତେବେ ଆଗାମୀ ୧୭ରୁ ୨୦ ତାରିଖ ଯାଏ ସାଂଘାତିକ ସ୍ଥିତି ରହିବ। ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ବଢ଼ିବ। ୪୩ରୁ ୪୫ ଡିଗ୍ରୀ ତାପମାତ୍ରା ଛୁଇଁବ। ଅସହ୍ୟ ପାଣିପାଗ ସ୍ଥିତି ସୃଷ୍ଟି ହେବ। ଏହା ଶରୀର ପାଇଁ ଘାତକ ହୋଇପାରେ। ତେଣୁ ଏଥିପ୍ରତି ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣରେ ପାକିସ୍ତାନୀ କ୍ରିକେଟରଙ୍କ ଲିଙ୍କ୍‌! ଚମକାଇଲା Fact Check

କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସମଗ୍ର ଦେଶରେ କ୍ରୋଧର ବାତାବରଣ ରହିଛି। ଜମ୍ମୁ କାଶ୍ମୀରରେ ଭାରତୀୟ ସେନା ସର୍ଚ୍ଚ ଅପରେସନ୍ ଚଳାଇଛି। ଏହା...

ପହଲଗାମ ଆକ୍ରମଣ ପ୍ରତିବାଦରେ ଶୋଭାଯାତ୍ରା

ନୂଆପଡ଼ା,୨୬।୪ (ମକାରୁ ବେମାଲ): ଜମ୍ମୁ କଶ୍ମୀରର ପହଲଗାମଠାରେ ଆତଙ୍କବାଦୀ ଆକ୍ରମଣ ଘଟଣା ପ୍ରତିବାଦରେ ଶୁକ୍ରବାର ନୂଆପଡ଼ା ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା। ଗାୟତ୍ରୀ...

ଆତଙ୍କବାଦୀଙ୍କୁ ମାସକୁ ମିଳେ ୫୦ହଜାର ଯାଏ ଦରମା, ଜାଣନ୍ତି କି କେଉଁ ଯୋଗ୍ୟତାରେ ହୁଅନ୍ତି ନିଯୁକ୍ତି?

ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ସମ୍ପ୍ରତି ଆତଙ୍କବାଦୀ ଆକ୍ରମଣ ପୁଣି ଥରେ କଶ୍ମୀର ଉପତ୍ୟକାର ଶାନ୍ତି ଏବଂ ସୁରକ୍ଷାକୁ ଚ୍ୟାଲେଞ୍ଜ କରୁଥିବା ପରି ମନେ...

ପାକିସ୍ତାନ ସେନା ବିମାନରେ ଲାଗିଗଲା ନିଆଁ, ଭିଡିଓ ଭାଇରାଲ

ଇସଲାମବାଦ,୨୬।୪: ପାକିସ୍ତାନରୁ ଆସିଛି ବଡ଼ ଖବର। ଲାହୋର ବିମାନବନ୍ଦରରେ ଅଗ୍ନିକାଣ୍ଡ ଘଟିଥିବା ଖବର ଆସିଛି। ଏହି କାରଣରୁ ସମସ୍ତ ବିମାନ ଉଡ଼ାଣ ବାତିଲ କରାଯାଇଛି। ସୂଚନା...

ପ୍ରବଳ ଗରମରେ ପିଉଛନ୍ତି କି ଆଖୁରସ? ସ୍ବାସ୍ଥ୍ୟ ପ୍ରତି ହୋଇପାରେ ଘାତକ, ଜାଣି ରଖନ୍ତୁ…

ଆଖୁରସ ଏମିତି ଏକ ପାନୀୟ, ଯାହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରେ। ସେଥିପାଇଁ ଆମ ମଧ୍ୟରୁ ଅନେକ ଏହାକୁ ପିଇବାକୁ ପସନ୍ଦ କରନ୍ତି। ଏହା...

ମହୁଲଫୁଲ ୪୭ ଟଙ୍କାରୁ କମ୍‌ରେ କିଣିଲେ ଲାଇସେନ୍ସ ରଦ୍ଦ: ସତର୍କ କରାଇଲେ ….

ନୂଆପଡ଼ା,୨୬।୪ (ମକାରୁ ବେମାଲ): ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ଜିଲାରେ ୫୦ ପ୍ରତିଶତ ଲୋକ ଲଘୁବନଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି। ସେମାନେ...

ଯୁଦ୍ଧ ନାଁ ଶୁଣି ଥରହର TRF ମୁଖ୍ୟ, ଭିଡିଓ ଜାରି କରି ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୨୬।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଲସ୍କର କମାଣ୍ଡର ସୈଫୁଲ୍ଲା କସୁରୀ ଆକ୍ରମଣର ଦୋଷ ନେବାକୁ ମନା କରିଦେଇଛନ୍ତି। ଏହା ପରେ, ଦି ରେଜିଷ୍ଟାନ୍ସ ଫ୍ରଣ୍ଟ...

ଆମେ ଭାରତ ସହ ଅଛୁ..ଭାରତକୁ ସହଯୋଗର ହାତ ବଢାଇଲା ଆମେରିକା ଗୋଇନ୍ଦା ବିଭାଗ

ଓ୍ବାଶିଂଟନ,୨୬।୪:ପହଲଗାମ୍‌ ଆକ୍ରମଣରେ ୩ ଦିନ ପରେ ଆମେରିକାର ଜାତୀୟ ଗୋଇନ୍ଦା ନିର୍ଦ୍ଦେଶିକା ତୁଲସୀ ଗାବ୍ବାର୍ଡ ଭାରତର ଆତଙ୍କବାଦ ନିରୋଧୀ ଅଭିଯାନକୁ ସମର୍ଥନ ଜଣାଇଛନ୍ତି। ଏକ ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image