ଶନିବାରଠାରୁ କମିବ ତାତି

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାତି ପ୍ରକୋପ ଏତେ ଯୋର ଅନୁଭୂତ ହେଉଛି ଯେ, ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ତେବେ ଶନିବାରଠାରୁ ତାତି କମିବ। ତାପମତ୍ରା କମିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ମିଳିଛି। ୧୬ ରୁ ୧୮ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ୧୭ ତାରିଖରେ ଉପକୂଳବର୍ତ୍ତୀ ଜିଲା ପାର୍ଶ୍ୱବର୍ତ୍ତୀ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ଓ୍ବାଣ୍ଣିଂ ଜାରି କରିଛି ।

Share