ଭୁବନେଶ୍ୱର, ୧୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ବାୟୁମଣ୍ଡଳର ନିମ୍ନଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ବୃଦ୍ଧି ପାଇଛି। ଏଥିସହିତ ସୂର୍ଯ୍ୟକିରଣର ତୀବ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନର ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ବୁଧବାର ଅପରାହ୍ଣ ସାଢ଼େ ଦୁଇଟା ସୁଦ୍ଧା ରାଜ୍ୟର ୬ଟି ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧.୯ ଡ଼ିଗ୍ରୀ ସେଲ୍ସିୟସ୍ ଥିବା ରେକର୍ଡ କରାଯାଇଛି।
ସେହିପରି ଏହି ସମୟ ମଧ୍ୟରେ ଚାନ୍ଦବାଲିରେ ୪୧.୬, ଝାରସୁଗୁଡ଼ାରେ ୪୧.୪, ବାଲେଶ୍ୱରରେ ୪୦.୫, ସମ୍ବଲପୁରରେ ୪୦.୩ ଏବଂ କେନ୍ଦୁଝରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଥିବା ରେକର୍ଡ ହୋଇଛି। ଆସନ୍ତାକାଲିଠାରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ ରୁ ୪୫ ଡିଗ୍ରୀ ସେଲସିୟସ୍କୁ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ଅପରାହ୍ନରେ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିବା ଜଣାପଡିଛି।