ଆହୁରି ୩ ଦିନ ତାତି

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ସାରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରୁଛି। ଗୁରୁବାର ରାଜ୍ୟର ୨୧ଟି ସହର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିଛି। ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନୂଆପଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୪୩.୯, ଝାରସୁଗୁଡ଼ା ୪୩.୯, ହୀରାକୁଦ ୪୩.୮, ଟିଟିଲାଗଡ଼ ୪୩.୫, ବଲାଙ୍ଗୀର ୪୩.୫, ରାଉରକେଲା ୪୩.୫, ବରଗଡ଼ ୪୩.୫, ସୁନ୍ଦରଗଡ଼ ୪୨.୧, ବୌଦ୍ଧ ୪୨.୦, ଭବାନୀପାଟଣା ୪୨.୦, ଦେବଗଡ଼ ୪୨, ଅନୁଗୋଳ ୪୧.୭, ମାଲକାନଗିରି ୪୧.୦, ଭଦ୍ରକ ୪୧, ଚାନ୍ଦବାଲି ୪୦.୪, ନୟାଗଡ଼ ୪୦.୨, ଫୁଲବାଣୀ ୪୦.୧, ଟିଟିଲାଗଡ଼ ୪୦ ଏବଂ ଯାଜପୁରରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଢେଙ୍କାନାଳରେ ସର୍ବାଧିକ ୩୮.୬ ଡିଗ୍ରୀ, ଭୁବନେଶ୍ୱରରେ ୩୮.୨, କେନ୍ଦ୍ରାପଡ଼ାରେ ୩୮, ବାଲେଶ୍ୱରରେ ୩୭.୬, ନବରଙ୍ଗପୁରରେ ୩୭.୬, କଟକରେ ୩୭.୫, କୋରାପୁଟରେ ୩୭.୫, ରାୟଗଡ଼ାରେ ୩୭.୨, କେନ୍ଦୁଝରରେ ୩୭, ପାରଳାଖେମୁଣ୍ଡିରେ ୩୭.୦, ଖୋର୍ଦ୍ଧାରେ ୩୬.୫, ଦାରିଙ୍ଗବାଡ଼ିରେ ୩୬.୫, ବାରିପଦାରେ ୩୫.୬, ପୁରୀରେ ୩୪.୮, ପାରାଦୀପରେ ୩୪.୩, ଛତ୍ରପୁରରେ ୩୪.୦ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୪.୦ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୩ ଦିନ ଅସମ୍ଭାଳ କରିବ ଖରା। ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି।
ପ୍ରଚଣ୍ଡ ଗୁଳୁଗୁଳି ସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡା, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲାରେ କାଳବୈଶାଖୀଜନିତ ଝଡବର୍ଷା ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଛି ବାଘ-ଛେଳି ଖେଳ

ବାରିପଦା,୨୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ପଶ୍ଚିମବଙ୍ଗର ପୁରୁଲିଆ ଜିଲା ରାଇକିଆ ପାହାଡ଼ ସଂଲଗ୍ନ କ୍ୱିଲାପାଳ ଜଙ୍ଗଲରେ ବୁଲୁଥିବା ମହାବଳ ବାଘୁଣୀ ଜିନ୍ନତକୁ ଧରିବା ପାଇଁ ବନ ବିଭାଗ...

ଚାଷୀଙ୍କୁ ଘାରିଛି ଅଦିନିଆ ବର୍ଷା, ବିଲରେ ଲୋଟିଛି ପାଚିଲା ଧାନ

ଭୁବନେଶ୍ୱର,୨୫ା୧୨(ଅନିଲ ଦାସ): ଗତ କିଛିଦିନ ଧରି ରାଜ୍ୟରେ ଲଘୁଚାପ ଓ ଗୁରୁଚାପ ଜନିତ ବର୍ଷା ଲାଗି ରହିଛି। ଉପକୂଳ ଓଡ଼ିଶାରେ ପାଚିଲା ଧାନ ପାଣି ବିଲରେ...

ମାର୍ଚ୍ଚ ସୁଦ୍ଧା ସବୁ ଥାନାରେ ସିସିଟିଭି କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

କଟକ,୨୫ା୧୨ (କାର୍ତ୍ତିକ ସାହୁ): ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ସିସିଟିଭି ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଇବାକୁ ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ...

୯ ରେ ପ୍ରଧାନମନ୍ତ୍ରୀ, ୧୦ରେ ରାଷ୍ଟ୍ରପତି ଆସିବେ

ଭୁବନେଶ୍ୱର,୨୫ା୧୨(ଅନିଲ ଦାସ): ଭୁବନେଶ୍ୱର ଜନତା ମଇଦାନରେ ଜାନୁଆରୀ ୮ରୁ ୧୦ ମଧ୍ୟରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି...

୬ ବର୍ଷର ଝିଅକୁ ଝୁଣି ମାରିଦେଲେ କୁକୁର

ବୋରିଗୁମ୍ମା, ୨୪।୧୨(ବିଜୟ ସାହୁ): କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ପୁପୁଗାଁରେ ଏକ ୬ବର୍ଷର ଶିଶୁକନ୍ୟାଙ୍କୁ ବୁଲା କୁକୁରମାନେ କାମୁଡ଼ିକାମୁଡ଼ି ମାରିଦେଇଥିବା ଜଣାପଡ଼ିଛି। ମୃତକ ହେଲେ...

ଡିସେମ୍ବର ୩୦ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୪ା୧୨: ଆଗାମୀ ଡିସେମ୍ବର ୩୦ ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ...

ଇସ୍ତଫା ଦେଲେ ରଘୁବର ଦାସ, ରାଜନୀତିକୁ ପୁଣି ଫେରିବେ!

ଭୁବନେଶ୍ୱର,୨୪।୧୨: ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ତାଙ୍କ ସ୍ଥାନରେ ହରି ବାବୁ କମ୍ଭମପତି ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛନ୍ତି। ରଘୁବରଙ୍କ ଇସ୍ତଫା...

ଡା. ହରିବାବୁ କମ୍ଭମ୍ପତି ଓଡ଼ିଶାର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ, ୨୪ା୧୨: ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ମିଜୋରାମର ରାଜ୍ୟପାଳ ଡା. ହରି ବାବୁ କମ୍ଭମ୍ପତିଙ୍କୁ ଓଡିଶାରବ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri