ଭୁବନେଶ୍ୱର,୧୫ା୫: ରାଜ୍ୟରେ ଆସନ୍ତା ଦୁଇଦିନପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅର୍ଥାତ ମେ ୧୮ ଏବଂ ୧୯ ରେ ଓଡ଼ିଶାର ଅନେକ ଜିଲାରେ ହିଟ୍ୱେଭ୍ ସ୍ଥିତି ଅନୁଭବ କରିବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ଏହି ଜିଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ମେ ୧୮ ରେ ନୁଆପଡା, ବଲାଙ୍ଗୀର, ବରଗଡ ଏବଂ ଝାରସୁଗୁଡା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟ୍ୱେଭ୍ ସ୍ଥିତି ଅନୁଭବ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିଭଳି ମେ ୧୯ ରେ ନୁଆପଡା, ବଲାଙ୍ଗୀର, ସୋନେପୁର, ବୌଦ୍ଧ, ବରଗଡ ଏବଂ ଝାରସୁଗୁଡା ଜିଲାରେ ଏକ କିମ୍ବା ଦୁଇଟି ସ୍ଥାନରେ ହିଟ୍ୱେଭ୍ ସ୍ଥିତି ଅନୁଭବ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।
#HeatWave Warning for Day-4 & Day-5 :- pic.twitter.com/lMMT7Z3tFQ
— Meteorological Centre, Bhubaneswar (@mcbbsr) May 15, 2024
ଏହା ମଧ୍ୟ ପୂର୍ବାନୁମାନ କରାଯାଇଛି ଯେ ଓଡିଶାର ଅନେକ ଜିଲା ଆଜି ବଜ୍ରପାତର ସମ୍ମୁଖୀନ ହୋଇପାରନ୍ତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲ୍ଲାର କେତେକ ଅଞ୍ଚଳରେ କାଳବୈଶାଖୀ ଜନିତ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଅଛି।