ନୂଆପଡ଼ାରେ ସର୍ବାଧିକ, ଉପକୂଳରେ ହ୍ରାସ

ଭୁବନେଶ୍ବର,୨୨।୪(ବ୍ୟୁରୋ): ରାଜ୍ୟରେ ଶୁକ୍ରବାରଠାରୁ ପାଣିପାଗରେ ପରିବର୍ତ୍ତନ ହୋଇ ଉପକୂଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଫଳରେ ତାତି ଓ ଗୁଳୁଗୁଳିରେ କଲବଲ ହେଉଥିବା ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ହେଲେ ପଶ୍ଚିମ ଓଡ଼ିଶାରେ ପୂର୍ବଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଶନିବାର ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ନୂଆପଡ଼ାରେ ସର୍ବାଧିକ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ସୂଚନା ମୁତାବକ, ବୌଦ୍ଧରେ ୩୯.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୩୯.୧ ଡିଗ୍ରୀ ରହିଥିଲା। ସେହିପରି ସମ୍ବଲପୁରରେ ୩୯, ଝାରସୁଗୁଡ଼ାରେ ୩୮, କେନ୍ଦ୍ରାପଡ଼ାରେ ୩୮.୮, ବଲାଙ୍ଗୀରରେ ୩୮.୫, ଅନୁଗୋଳରେ ୩୮.୧, ମାଲକାନଗିରିରେ ୩୮, ହୀରାକୁଦରେ ୩୮, ଟିଟିଲାଗଡ଼ରେ ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି।

Share